ବ୍ଲୋଟିଂ

0

ବଦ୍‌ହଜମି ବା ଦୁର୍ବଳ ପାଚନକ୍ରିୟା ଦ୍ୱାରା ବ୍ଲୋଟିଂ ସମସ୍ୟା ଉପୁଜେ । ଖାଇସାରିବା ପରେ ପେଟ ଫୁଲିବା ଭଳି ଜଣା ଗଲେ ଏ ପ୍ରକାର ବ୍ୟତିକ୍ରମକୁ କୁହାଯାଏ ବ୍ଲୋଟିଂ । ଶରୀରରେ ପାଚନକ୍ରିୟାରେ ବ୍ୟତିକ୍ରମ, ପେଟରେ ମାତ୍ରାଧିକ ଗ୍ୟାସ୍‌ର ଉତ୍ପନ୍ନ ହେବା ଫଳରେ ଏ ସମସ୍ୟା ଦେଖାଯାଏ ।
ଶରୀରକୁ ଆବଶ୍ୟକ ଅନୁସାରେ ବିଶ୍ରାମ ଦେବା, ପ୍ରତ୍ୟେକ ଦିନ ନିଦ୍ଦିଷ୍ଟ ସମୟ ବ୍ୟାୟାମ କରିବା, ଆବଶ୍ୟକ ମୁତାବକ ଜଳ ଗ୍ରହଣ କରିବା ଦ୍ୱାରା ବ୍ଲୋଟିଂ ପରି ସମସ୍ୟାକୁ ରୋକା ଯାଇ ପାରିବ ।
* କଫି ପିଉଥିବା ଲୋକଙ୍କଠାରେ ବ୍ଲୋଟିଂ ସମସ୍ୟା ଦେଖିଯିବାର ସମ୍ଭାବନା ରହିଛି । କାରଣ କଫି ପାଚନତନ୍ତ୍ରୁ ଅଧିକ ଉତ୍ତେଜିତ କରାଏ ଯାହା ଫଲରେ ପାଚନରେ ସାହାଯ୍ୟ କରୁଥିବା ରାସାୟନିକ ପଦାର୍ଥର ଉତ୍ପତି ପ୍ରବଳମାତ୍ରାରେ ବଢ଼ିଯାଏ । ତେଣୁ କଫି ବଦଳରେ ହରବାଲ୍‌ ଚା’ ପିଇବା ଦେହ ପାଇଁ ଭଲ ହୋଇ ଥାଏ ।
*ସୋଡ଼ା ପାଣିଠାରୁ ଯେତେମାତ୍ରାରେ ଦୂରେଇ ରହିବେ ତାହା ଶଣୀର ପାଇଁ ଲାଭ ଦାୟକ ହୋଇଥାଏ । ପାଣି ଦ୍ୱାରା ଲୋଏଟିଂ ପରି ସମସ୍ୟାକୁ ଦୂର କରାଯାଇ ପାରିବ । ସହିପରି ପିଆଜ ବଦଳରେ କାକୁଡ଼ି, ଲୁଣ ଓ ଅନ୍ୟ ସମଲା ବଦଳରେ ହର୍‌ବାଲ୍‌ ମସଲାର ସେବନ ଦେହକୁ ବ୍ଲୋଟିଂ ଆଦି ସମସ୍ୟାରୁ ଦୂରେଇ ରଖେ ।
ପ୍ରତ୍ୟେକ ପାଚନ କ୍ରିୟାରେ ଯେଉଁସବୁ ଅସୁବିଧା ଉପୁଜେ ଯଥା-ବ୍ଲୋଏଟିଂ, ଏସିଡିଟି, କୋଷ୍ଟକାଠିନ୍ୟ ଆଦି କେବଳ ଦୁର୍ବଳ ଗ୍ରନ୍ଥି କାରଣରୁ ହୋଇଥାଏ । ତେବେ ଗ୍ରନ୍ଥିକୁ କାର୍ଯ୍ୟକ୍ଷମ କରିବା ପାଇଁ ସବୁବେଳେ ହେଲ୍‌ଦି ଖାଦ୍ୟ ଖାଇବା ସହ ଦୈନିକ ବ୍ୟାୟାମ କରିବା ନିହାତୀ ଦରକାର ।

Leave A Reply

Your email address will not be published.