ଶରୀର ପାଇଁ କ୍ଷତିକାରକ ଏହି ଦୁଇଟି ଜିନିଷ, ହୋଇଯାଆନ୍ତୁ ସାବଧାନ

ସାଧାରଣତଃ ଅନେକ ସେମାନେ ସେମାନଙ୍କର ସକାଳର ଆରମ୍ଭ ଚା କିମ୍ବା କଫିରୁ କରିଥାଆନ୍ତି । ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆମେ ପ୍ରାୟତଃ ସକାଳୁ ଚା ଏବଂ କଫି ପିଇଥାଉ । କିନ୍ତୁ ଆପଣ ଜାଣନ୍ତି କି ଅତ୍ୟଧିକ ଚା ଓ କଫିର ସେବନ ଆମ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ ହୋଇଥାଏ । ଏଥିରେ ମିଳୁଥିବା କଫିନ୍ ମସ୍ତିଷ୍କ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ତେଣୁ ଏଥିରୁ ଆମକୁ ଇନଷ୍ଟାଣ୍ଟ ଏନର୍ଜି ମିଳିଥାଏ । ଏକ୍ସପର୍ଟଙ୍କ ମତ ଅନୁଯାୟୀ, ଜଣେ ବ୍ୟକ୍ତି ଦୈନିକ ୧ ରୁ ୨ କପ ଚା କିମ୍ବା କଫି ହିଁ ପିଇପାରିବେ । ଏହାଠାରୁ ଅଧିକ ଚା କିମ୍ବା କଫି ପିଇବା ଆମ ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ କ୍ଷତିକାରକ । ଏକ ସର୍ଭେ ଅନୁଯାୟୀ, ଗୋଟିଏ ଦିନରେ ୨୦୦ ଗ୍ରାମ କିମ୍ବା ତା ଠାରୁ କମ୍ କଫି ପିଅନ୍ତୁ । ୩୦୦ ଗ୍ରାମ କଫି ୨ କପ୍ ସହିତ ସମାନ । ଯଦି ଆପଣ ଅଧିକ କଫି ପିଅନ୍ତି, ତେବେ ଅନେକ ଗମ୍ଭୀର ରୋଗ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇପାରେ ।

ଡିପ୍ରେସନ- ଅତ୍ୟଧିକ ଚା କିମ୍ବା କଫି ପିଇବା ଦ୍ୱାରା ଆପଣ ଡିପ୍ରେସନର ଶିକାର ହୋଇପାରନ୍ତି । ମାନସିକ ରୋଗ, ଉଦାସୀନତା ଏବଂ ଷ୍ଟ୍ରେସରେ ପୀଡିତ ବ୍ୟକ୍ତିମାନେ କମ ଚା କିମ୍ବା କଫି ପିଇବା ଉଚିତ୍ । କାରଣ ଅତ୍ୟଧିକ କଫି ପିଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରୋଲର ଆଶଙ୍କା ବଢିଯାଇଥାଏ । ଯାହା ହାର୍ଟ ଏବଂ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ ।

ଡାଇବେଟିସ : ଜଣେ ଡାଇବେଟିସ ରୋଗୀ ଭୁଲରେ ମଧ୍ୟ ଅଧିକ ଚା କିମ୍ବା କଫି ପିଇବା ଉଚିତ୍ ନୁହେଁ । କାରଣ ଏହା ତାଙ୍କ ଶରୀରରେ ଥିବା ଇନସୁଲିନକୁ ଖରାପ କରିପାରେ । ଏହା ସହିତ, ବ୍ଲଡ ସୁଗାର ଲେବଲ ମଧ୍ୟ ବୃଦ୍ଧି କରିଥାଏ । ତେଣୁ ଡାଇବେଟିସ୍ ରୋଗୀ ଚା କିମ୍ବା କଫି ପିଇବାଠାରୁ ଦୂରେଇ ରହିବା ଉଚିତ୍ ।

ଅନିଦ୍ରା : ଚା କିମ୍ବା କଫି ପିଇବା ପରେ ଅନେକ ଲୋକଙ୍କୁ ଆଦୌ ନିଦ ଆସିନଥାଏ । ଏହିପରି ଲୋକମାନେ ଚା କିମ୍ବା କଫି ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିବା ଉଚିତ୍ ।

ପେଟ ଜନିତ ସମସ୍ୟା : ଅଧିକ କଫିନ୍ ପିଇବା ଦ୍ୱାରା ପେଟ ସମସ୍ୟା ଦେଖାଦେଇଥାଏ । ଅଧିକାଂଶ ଲୋକଙ୍କ ପେଟ ସମସ୍ୟା ପ୍ରାୟତଃ ଦେଖିବାକୁ ମିଳିଥାଏ । ଅଧିକ କଫି ପିଇବା ଦ୍ୱାରା କିଛି ବ୍ୟକ୍ତିଙ୍କ ଠାରେ ଡାଇରିଆ ଭଳି ସମସ୍ୟା ଆରମ୍ଭ ହୋଇଯାଇଥାଏ ।

ତେବେ ଯଦି ଆପଣ ନିଜ ଦୈନଦିନ ରୁଟିନ୍‌ରେ ଚା କିମ୍ବା କଫି ପିଇବାକୁ ଚାହୁଁଛନ୍ତି ଏହାକୁ ସକାଳ ସମୟରେ ପିଇପାରିବେ । କାରଣ ସକାଳୁ ଉଠିବା ପରେ ଶରୀର ଶକ୍ତିହୀନ ଅନୁଭବ ହୋଇଥାଏ । ତେଣୁ ସେହି ସମୟରେ ଇନଷ୍ଟାଣ୍ଟ ଏନର୍ଜି ପାଇଁ ଆପଣ ଚା କିମ୍ବା କଫି ପିଇପାରିବେ । ଏହାପରେ ଅପରାହ୍ନ ସମୟ ମଧ୍ୟ ଚା କିମ୍ବା କଫି ସେବନ ପାଇଁ ଉପଯୁକ୍ତ ସମୟ । କିନ୍ତୁ କେବେବି ବିଳମ୍ବିତ ରାତିରେ ଚା କିମ୍ବା କଫି ପିଅନ୍ତୁ ନାହିଁ । ଚା କିମ୍ବା କଫିର କୁପ୍ରଭାବରୁ ରକ୍ଷା ପାଇବା ପାଇଁ ହେଲେ ଛୋଟ କପ୍‌ରେ ଅଳ୍ପ ମାତ୍ରାରେ ପିଅନ୍ତୁ ।