ବ୍ୟାକ୍‌ଗ୍ରାଉଣ୍ଡ ଡାନ୍ସର ସାଜିଲେ ସଲମାନ ଖାନ

0

ମୁମ୍ବାଇ, ୧୦/୧୨ : ମୁକେଶ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କ ପ୍ରିେୱଡିଙ୍ଗ କାର୍ଯ୍ୟକ୍ରମ ଉଦୟପୁରର ଉଦୟବିଳାସଠାରେ ଆୟୋଜିତ ହେଉଛି । ଏହା ପରେ ଡିସେମ୍ବର ୧୨ ତାରିଖରେ ଇଶା ଆନନ୍ଦ ପରିମଳଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ । ତେବେ ଦୁହିଁଙ୍କ ବିବାହ ଅମ୍ବାନି ପରିବାରର ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆଠାରେ ହେବ । ତେବେ ଉଦୟବିଳାସଠାରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶରୁ ଅନେକ ହସ୍ତି ଯୋଗ ଦେଇଛନ୍ତି । ଏଥିରେ ବଲିଉଡର ଅନେକ ତାରକାଙ୍କୁ ମଧ୍ୟ ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏହି ଅବସରରେ ବଲିଉଡ ତାରକା ମାନେ ନୃତ୍ୟ ପ୍ରଦର୍ଶନୀ ମଧ୍ୟ କରିଛନ୍ତି । ଇଶାଙ୍କ ସଙ୍ଗୀତ ସେରିମନି ବଲିଉଡର ବାଦଶାହ ଶାହାରୁଖ ଖାନ ହୋଷ୍ଟ କରୁଥିବା ବେଳେ ଦବଙ୍ଗ ଖାନ ସଲମାନଙ୍କୁ ମଧ୍ୟ ଏଥିରେ ଦେଖିବାକୁ ମିଳିଛି । ତେବେ ଏହି ପାର୍ଟିର ଅନେକ ଡାନ୍ସ ଭିଡିଓ ସାମ୍ନାକୁ ଆସିଛ । କି;ୁ ସେଥି ମଧ୍ୟରୁ ଗୋଟିଏ ଭିଡିଓଟି ସୋଶାଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓଟି ଭାଇରାଲ ହେବାର କାରଣ ହେଉଛି ସଲମାନ ଖାନ । କାରଣ ଏହି ଭାଇରାଲ ଭିଡିଓଟିରେ ସଲମାନ ଖାନ ବ୍ୟାକ୍‌ଗ୍ରାଉଣ୍ଡ ଡାନ୍ସର ଭାବରେ ଡାନ୍ସ କରୁଥିବା ନଜର ଆସିଛନ୍ତି । ଏହି ଭିଡିଓଟିରେ ସଲମାନ ଅନନ୍ତ ଅମ୍ବାନିଙ୍କ ପଛରେ ଠିଆହୋଇ ଡାନ୍ସ କରୁଛନ୍ତି ।

SBI AD
Leave A Reply

Your email address will not be published.