ଭକ୍ତମୟ ଶୈଳଶ୍ରୀକ୍ଷେତ୍ର : ମହିଳାଙ୍କ ହାତେ ଦର୍ପଦଳନ ଦଉଡ଼ି

ଅନୁଗୁଳ,୫/୭ : ଅନୁଗୁଳ ଶୈଳଶ୍ରୀକ୍ଷେତ୍ରରେ ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ବିଧି ଅନୁସାରେ ସକାଳୁ ନୀତିକାନ୍ତି ପରେ ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିଲା ପହଣ୍ଡି। ତିନି ଦିଅଁ ରଥେ ବିଜେ କରିବା ପରେ ମଧ୍ୟାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ରଥ ଉପରେ ଛେରା ପହଁରା କରିଥିଲେ। ଏସ୍‌ପି ମିତ୍ରଭାନୁ ମହାପାତ୍ର ଫୁଲ ଚନ୍ଦନ ସିଞ୍ଚନ କରିଥିଲେ। ଅପରାହ୍‌ଣରେ ସମବେତ ଶ୍ରଦ୍ଧାଳୁ ତିନି ରଥକୁ ବଡ଼ଦାଣ୍ଡରେ ଗୋଟିକ ପରେ ଗୋଟିଏ ଟାଣି ନେଇଥିଲେ। ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ, ଭଜନ କୀର୍ତ୍ତନ ସାଙ୍ଗକୁ ମହାପ୍ରଭୁଙ୍କୁ ଆକୁଳ ନିବେଦନ ଘୋଷ ଯାତ୍ରାକୁ ଆହୁରି ପବିତ୍ର ଓ ଆନନ୍ଦଦାୟକ କରିଥିଲା। ତାଳଧ୍ବଜ ଏବଂ ନନ୍ଦିଘୋଷ ରଥକୁ ପୁରୁଷ ଓ ଯୁବକମାନେ ଟାଣିଥିବା ବେଳେ ମହିଳା ଶ୍ରଦ୍ଧାଳୁ ଦର୍ପଦଳନ ରଥ ଦଉଡି ଧରି ମା’ ସୁଭଦ୍ରାଙ୍କୁ ଗୁଣ୍ଡିଚା ମନ୍ଦିରେ ପହଞ୍ଚାଇଥିଲେ।

SBI_Festive_Digital Billboard