ଭୁବନେଶ୍ୱର, ୧୩/୧୧ : ଲୋକେ ସହଜରେ ଓ ନିଜ ବଜେଟରେ ଗନ୍ତବ୍ୟସ୍ଥଳକୁ ପହଞ୍ଚିବାକୁ ମାତ୍ର ଗୋଟିଏ କ୍ଳିକରେ ସମ୍ଭବ ହେଉଥିଲା ରାପିଡୋ ଓ ଉବେର ବାଇକରେ। ମାତ୍ର ଏହି ସୁବିଧା ଆଉ ମିଳିପାରିବ ନାହିଁ। ଖୁବ୍ ଶୀଘ୍ର ରାଜ୍ୟରେ ବନ୍ଦ ହେବାକୁ ଯାଉଛି ଉବେର ଓ ରାପିଡୋ ବାଇକ୍ ସେବା। ଉବେର ଓ ରାପିଡୋରେ ବ୍ୟବହୃତ ପ୍ରାଇଭେଟ ନଂ ୨ ଚକିଆ ଗାଡ଼ିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଉବେର ଓ ରାପିଡୋର ନୋଡାଲ ଅଧିକାରୀଙ୍କୁ ଏନେଇ ଚିଠି ଲେଖିଲା କ୍ରାଇମବ୍ରାଞ୍ଚ। ମୋଟର ଭେଇକିଲ ଆକ୍ଟର ଉଲଂଘନ କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରାଇଭେଟ ଗାଡ଼ିକୁ ଯାତ୍ରୀ ପରିବହନ କ୍ଷେତ୍ରରେ ବ୍ୟବହାର କରୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ନୋଟିସ ପାଇବାର ୧୫ ଦିନ ମଧ୍ୟରେ ଏହି ସେବା ଗୁଡ଼ିକ ବନ୍ଦ କରିବେ। ନିର୍ଦ୍ଦେଶ ନ ମାନିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି ହୋଇଛି। ତେବେ ଉବେର କାର ଓ ଅଟୋ ପୂର୍ବ ଭଳି ଚାଲିପାରିବ ବୋଲି ସ୍ପଷ୍ଟ କରାଯାଇଛି।