ଭାରତରେ ଆପେଲ୍ କମ୍ପାନୀ ତରଫରୁ ଆଇ ପ୍ୟାଡ୍ ପ୍ରୋ ୨୦୧୮ ଲଞ୍ଚ ହୋଇଯାଇଛି । ଏହି ଆଇ ପ୍ୟାଡ୍ର କିଛି ମଡେଲ ଅନ୍ଲାଇନ୍ରେ ବିକ୍ରି ଆରମ୍ଭ ହୋଇଯାଇଛି । ୩୧ ଅକେଫାବରରେ ନିୟୁର୍କର ଏକ ଇଭେଣ୍ଟରେ ଏହା ଲଞ୍ଚ ହେବା ପରେ ନଭେମ୍ବର ୨୩ ତାରିଖ ସୁଦ୍ଧା ସମସ୍ତ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଷ୍ଟୋରରେ ଉପଲବ୍ଧ ରହିବ । ଭାରତରେ ୧୧ ଇଞ୍ଚ ସ୍କି୍ରନ୍ ବିଶିଷ୍ଟ ଏହି ଫୋନ୍ର ମୂଲ୍ୟ ୭୧,୯୦୦ ଥିବା ବେଳେ ୧୨.୯ ଇଞ୍ଚ ବିଶିଷ୍ଟ ସ୍କି୍ରନ୍ର ମୂଲ୍ୟ ୮୯,୯୦୦ ଟଙ୍କା ରହିଛି । ଏହି ଫୋନ୍ରେ ମୁଖ୍ୟତଃ ଏଲ୍ସିଡି ପ୍ରମୋସନ୍ ବିଶିଷ୍ଟ ଲିକ୍ୟୁଇଡ୍ ରେଟିନା ଡିସ୍ପ୍ଲେ ରହିଛି । ଫୋନ୍ଟିରେ ୬୪ ଜିବି, ୧୨୮ ଜିବି, ୨୫୬ ଜିବି ଓ ୧ ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ଏହି ଆଇ ପ୍ୟାଡ୍ରେ ୧୨ ମେଗାପିକ୍ସେଲ୍ ରିୟର କ୍ୟାମେରା ଓ ୭ ମେଗାପିକ୍ସେଲ୍ ଫ୍ରଣ୍ଟ କ୍ୟାମେରା ରହିଛି ଏହା ସହ ୧୦ ଘଣ୍ଟା ବ୍ୟାକ୍ଅପ୍ ତଥା ୧୮ ୱାଟ୍ର ଚାର୍ଜର ମଧ୍ୟ ରହିଛି। ଏଥିରେ ଆପେଲ୍ର ଦ୍ୱିତୀୟ ସଂସ୍କରଣର ପେନ୍ସିଲ୍ ମଧ୍ୟ ରହିଛି ଯାହାର ମୂଲ୍ୟ ୧୦,୯୯୦ ଟଙ୍କା ରହିଛି । କମ୍ପାନୀର ସ୍ୱତନ୍ତ୍ର ଫିଚର ଯେପରିକି ଏ୧୨ଏକ୍ସ ପ୍ରୋସେସର, ୟୁଏସ୍ବି ଟାଇପ୍ସି ପୋର୍ଟ, ଆଇଡି ଟେକ୍ନିକ୍ର ସପୋର୍ଟ ମଧ୍ୟ ରହିଛି।