ଭାରତୀୟ ବାୟୁସେନା ଓ ରେଳବାଇର ନାମ ଅଦାନି ଓ ଅମ୍ବନୀ ହେବା ଦରକାର : ରାହୁଲ ଗାନ୍ଧି

0

ନୂଆଦିଲ୍ଲୀ,୨୬/୧୧: ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ପ୍ରଚାର ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ପ୍ରଧାନମନ୍ତ୍ରୀ ମୋଦି ସୋମବାର ରାଜସ୍ଥାନରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିବା ବେଳେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ଅନ୍ୟ ଏକ ନିର୍ବାଚନ ସଭାରେ ଯୋଗଦେଇଥିଲେ ।

ରାହୁଲ ଗାନ୍ଧୀ ମୋଦି ଓ କେନ୍ଦ୍ର ସରକାରଙ୍କୁ ମନଇଚ୍ଛା ଆକ୍ଷେପ କରି କହିଛନ୍ତି କେନ୍ଦ୍ରସରକାର ଜନତା ବିରୋଧି ପୁଞ୍ଜିପତିମାନଙ୍କ ହିତରେ ନୀତିଗୁଡିକ ଲାଗୁ କରୁଛନ୍ତି । ରେଳବାଇର ଯେଉଁ ଲାଭ ଆମ ଯୁବପିଢୀ, ମା ଓ ଭଉଣୀମାନଙ୍କୁ ମିଳିବା କଥା ସେହି ଲାଭ ଅଦାନି ଜୀଙ୍କୁ ମିଳୁଛି । ଭାରତୀୟ ରେଳବାଇର ନାମ ପରିବର୍ତ୍ତନ କରାଯାଇ ଅଦାନି ରେଳବାଇ କରିଦେବା ଦରକାର ।

ସେହିଭଳି ସେ ଭାରତୀୟ ବାୟୁସେନାର ନାମ ପରିବର୍ତ୍ତନ କରାଇ ଅମ୍ବାନୀ ବାୟୁସେନା ରଖିବା ଉଚିତ୍ ବୋଲି ରାହୁଲ କହିଛନ୍ତି । ରାହୁଲ ଆହୁରି ମଧ୍ୟ କହିଛନ୍ତି କି, ସିବିଆଇ ଡାଇରେକ୍ଟର ରାଫେଲ ମାମଲାର ତଦନ୍ତ କରିବାକୁ ଯାଉଥିଲେ କିନ୍ତୁ ଦେଶର ଚୌକିଦାର ରାତି ୨ଟା ବେଳେ ଭୟରେ ସିବିଆଇ ଡାଇରେକ୍ଟରକୁ ବାହାର କରିଦେଲେ । ତେଣୁ ଏହି ସବୁ ରାଜନୀତିରୁ ରାଜସ୍ଥାନର ଜନସାଧାରଣ ଦୁରେଇ ରହିବା ଦରକାର ।

Leave A Reply

Your email address will not be published.