ଭାରତ ଯିବାକୁ ଚାହୁଁଛି, କିନ୍ତୁ ଜୀବନ ପ୍ରତି ବିପଦ ଅଛି : ନୀରବ ମୋଦି

0

ନୂଆଦିଲ୍ଲୀ,୧/୧୨: ପଞ୍ଜାବ ନ୍ୟସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଘୋଟାଲା କରି ବିଦେଶ ଫେରାର ହୋଇଥିବା ନୀରବ ମୋଦି ଭାରତ ଫେରିବାକୁ ନେଇ ତାଙ୍କ ଓକିଲ ବଡ ବୟାନ ଦେଇଛନ୍ତି । ନୀରବଙ୍କ ଓକିଲ ମୁମ୍ବାଇର ଦୌରା ଅଦାଲତରେ କହିଛନ୍ତି କି, ନୀରବ ମୋଦି ଦେଶ ଛାଡି ପଳାଇ ନାହାଁନ୍ତି , ସେ ନିୟମିତ ଭିସା ଓ ପାସପୋର୍ଟ ନେଇ ବିଦେଶ ଯାଇଛନ୍ତି । ସେ ୧ ଜାନୁଆର ୨୦୧୮ରେ ବିଦେଶ ପଳାଇଥିଲେ ।
ନୀରବଙ୍କ ଓକିଲ ଅଦାଲତକୁ ଆହୁରି କହିଛନ୍ତି କି, ନୀରବ ଭାରତ ଆସିବାକୁ ଚାହୁଁଛନ୍ତି, ହେଲେ ତାଙ୍କ ଉପରେ ଆକ୍ରମଣ ହେବାର ଡର ରହିଛି । ତାଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସେ କହିଛନ୍ତି । ମୁମ୍ବାଇର ସେସନ କୋର୍ଟ ମାମଲାର ଶୁଣାଣି ଡିସେମ୍ବର ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ବର୍ତମାନ ନୀରବଙ୍କ ଶୁଣାଣି ଡିସେମ୍ବର ୫ରେ ହେବ ।

Leave A Reply

Your email address will not be published.