ମକରସଂକ୍ରାନ୍ତି ଉପଲକ୍ଷେ ଗଙ୍ଗାସାଗରରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

0

କୋଲକତା, ୧୪/୧: ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲା ସାଗରଦ୍ୱୀପସ୍ଥିତ ଗଙ୍ଗାସାଗରରେ ମକରସଂକ୍ରାନ୍ତି ଉପଲକ୍ଷେ ୨୦ ଲକ୍ଷ ଉର୍ଦ୍ଧ୍ୱ ଭକ୍ତ ସୋମବାର ବୁଡ ପକାଇଛନ୍ତି। ଭକ୍ତଙ୍କ ସମାଗମ ଦେଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମଙ୍ଗଳବାର ପୁଣ୍ୟସ୍ନାନ ଥିବାରୁ ବହୁ ତୀର୍ଥଯାତ୍ରୀ ରୁଟ୍‌ ନଂ ୮, କାକାଦ୍ୱୀପ-ନାମଖାନା, କୋଲକତାର ବାବୁଘାଟଠାରେ ଗଙ୍ଗାସାଗରକୁ ଆସିବା ପାଇଁ ଅପେକ୍ଷାରେ ଅଛନ୍ତି ବୋଲି ଜିଲା ପ୍ରଶାସନ ଓ୍ବାଇ.ରତ୍ନାକର ରାଓ ସୂଚନା ଦେଇଛନ୍ତି। ଓଡ଼ିଶାର ବିଭିନ୍ନ ଜିଲାରୁ ପ୍ରାୟ ୫୦ହଜାରରୁ ଉର୍ଦ୍ଧ୍ୱ ତୀର୍ଥଯାତ୍ରୀ ସେଠାକୁ ଯାଇଛନ୍ତି। ବହୁ ଭକ୍ତଙ୍କ ଆତ୍ମୀୟସ୍ବଜନ ନିଖୋଜ ହୋଇଯାଉଥିବାରୁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଉଛି। ଭକ୍ତଙ୍କୁ ସହାୟତା କରିବା ପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ବହୁ ଧର୍ମଗୁରୁ, ସାଧୁ ଓ ସନ୍ଥମାନେ ଏହି ମଳୋରେ ଯୋଗ ଦେଇଛନ୍ତି।

SBI AD
Leave A Reply

Your email address will not be published.