ମଧ୍ୟ ପ୍ରଦେଶରେ ‘ହାତ’କୁ ‘ହାତୀ’ର ସମର୍ଥନ

0

ମଧ୍ୟ ପ୍ରଦେଶ, ୧୨/୧୨ : ମଧ୍ୟ ପ୍ରଦେଶରେ କିଏ ସରକାର ଗଢିବ ତା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ଅନ୍ତ ଘଟାଇଛନ୍ତି ବିଏସପି ଅଧ୍ୟକ୍ଷା ମାୟାବତୀ । ମଧ୍ୟ ପ୍ରଦେଶରେ ସରକାର ଗଢିବା ପାଇଁ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷା ମାୟାବତୀ କଂଗ୍ରେସକୁ ସମର୍ଥନ କରିବାର ନିଷ୍ପତି ନେଇଛନ୍ତି । ବିଏସପି ସହାୟତାରେ ମଧ୍ୟ ପ୍ରଦେଶରେ ସରକାର ଗଢିବ କଂଗ୍ରେସ । ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ମାୟାବତୀ ଏପରି ନିଷ୍ପତି ନେଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେ କହିଛନ୍ତି କି, ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟ ପ୍ରଦେଶର ନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହେଉଛି ଯେ, ସାଧାରଣ ଜନତା ବିଜେପି ଏବଂ ତା’ର ନୀତିକୁ ଆପଣାଇବାକୁ ଚାହୁଁ ନାହାନ୍ତି । ବିଜେପି ପୁଣି ଥରେ ଶାସନ କ୍ଷମତାକୁ ଆସୁ ବୋଲି ଲୋକେ ଚାହୁଁ ନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ନୀତି ଉପରେ ଆମେ ଅଜ୍ଞାତ ଥିଲେ ମଧ୍ୟ ବିଜେପିକୁ ଶାସନ କ୍ଷମତାରୁ ହଟାଇବା ପାଇଁ ଆମେ କଂଗ୍ରେସର ସମର୍ଥନ କରିବାକୁ ପ୍ରସ୍ତୁତ ଅଛୁ । ଯଦି କଂଗ୍ରେସ ଚାହିଁବ ତ ଆମେ ରାଜସ୍ଥାନରେ ମଧ୍ୟ ତାର ସମର୍ଥନ କରିବାକୁ ପ୍ରସ୍ତୁତ । ୨୩୦ ସଦସ୍ୟ ବିଶିଷ୍ଠ ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ସହେଯାଗୀଙ୍କୁ ୧୧୪ ଟି ନିର୍ବାଚନମଣ୍ଡଳୀରେ ସଫଳତା ମିଳିଥିଲା । ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ଥିଲା ୧୧୬ କି;ୁ ଏହି ମ୍ୟାଜିକ ନମ୍ବରରୁ କେବଳ ୨ ଟି ଆସନରେ ପଛରେ ଥିଲା କଂଗ୍ରେସ । ଏଠାରେ ବିଜେପିକୁ ୧୦୯ ଟି ଆସନରେ ସଫଳତା ମିଳିଥିବା ବେଳେ ବିଏସପି ଅଧିନରେ ୨ ଟି ଆସନ ରହିଛି । ତେବେ ବହୁମତରେ ସରକାର ଗଢିବା ପାଇଁ କଂଗ୍ରେସକୁ ୨ ଟି ଆସନର ଆବଶ୍ୟକ ଥିବା ବେଳେ ବିଜେପିକୁ ୭ ଟି ଆସନର ଆବଶ୍ୟକତା ରହିଛି । ତେବେ ଇତି ମଧ୍ୟରେ କଂଗ୍ରେସକୁ ସମର୍ଥନ କରିବାକୁ ମାୟାବତୀ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି ।

Leave A Reply

Your email address will not be published.