ମହଙ୍ଗା ପଡ଼ିଲା ବନ୍ଧୁକ ଡ୍ୟାନ୍ସ : ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ବିଜେପି

0

ନୂଆଦିଲ୍ଲୀ,୧୨/୭: ବିଶୃଙ୍ଖଳିତ ଆଚରଣ ଦେଖାଇଥିବା ବିଜେପିର ଦବଙ୍ଗ ବିଧାୟକ ପ୍ରଣବ ସିଂହ ଚ୍ୟାମ୍ପିୟନ୍‌ଙ୍କ ବିରୋଧରେ ଦଳ ବଡ଼ ପଦକ୍ଷେପ ନେଇଛି । ବିଧାୟକଙ୍କୁ ଦଳରୁ ବହିଷ୍କାର କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଅମିତ ଶାହା ଏହି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ପ୍ରଣବଙ୍କ ଏଭଳି ଆଚରଣ ପାଇଁ ଡେରାଡୁନର ନେହେରୁ ଥାନାରେ ମାମଲା ରୁଜୁ ହୋଇଛି ।

ଉତ୍ତରାଖଣ୍ଡର ଏହି ବିଧାୟକ ନିଶାଗ୍ରସ୍ତ ଅବସ୍ଥାରେ ହାତରେ ରାଇଫଲ ଓ ରିଭରବଲ୍‌ ଧରି ଫିଲ୍ମ ଗୀତରେ ନାଚୁଥିଲେ । ଯାହାର ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଥିଲା । ସେହିପରି ଆଉ ଏକ ଭିଡ଼ିଓରେ ସେ ବନ୍ଧୁକ ବୁଲାଇ ଲୋକଙ୍କୁ ଗାଳି ଗୁଲଜ କରୁଥିଲେ । ଏହାକୁ ନେଇ ଦଳକୁ ବହୁତ ଲଜ୍ଜିତ ହେବାକୁ ପଡ଼ିଥିଲା । ବିଭିନ୍ନ ଆଡ଼ୁ ତାଙ୍କୁ ସମାଲୋଚନା କରାଯାଇଥିଲା । ଫଳ ସ୍ୱରୂପ ଶାହା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟ ସଭାପତି ଅଜୟ ଭଟ୍ଟ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।

ଅନ୍ୟପକ୍ଷରେ ସାମ୍ବାଦିକ ଗଜେନ୍ଦ୍ର ରାୱତ ପ୍ରଣବଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସେ ଲୋକଙ୍କ ଭାବନା ସହିତ ଖେଳିଥିବା କହିଛନ୍ତି । ବିଧାୟକ ହେବା ପରେ ତାଙ୍କୁ ନିଜର କଥାବାର୍ତ୍ତାକୁ ଆୟତ୍ତରେ ରଖିବା ଦରକାର । ସେ ଶାଳୀନତା ସମସ୍ତ ସୀମା ଟପି ଯାଇଛନ୍ତି ।

Leave A Reply

Your email address will not be published.