ଭୁବନେଶ୍ୱର,୧୨/୧: ପାର୍ଲାମେଣ୍ଟ ଏବଂ ରାଜ୍ୟ ବିଧାନସଭାଗୁଡିକରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଉ। ଏହାକୁ ଆଇନରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରୟାସ ଜାରି ରଖିଛନ୍ତି। ଏଭଳି ଉଦ୍ୟମକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ(ଧର୍ମନିରପେକ୍ଷ) ମୁଖ୍ୟ ଏଚ୍.ଡି. ଦେବେଗୌଡା ସ୍ୱାଗତ କରିବା ସହ ନବୀନଙ୍କୁ ଶୁକ୍ରବାର ଫୋନ କରି ଧନ୍ୟବାଦ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ପ୍ରତିନିଧି ଏମ୍ପି ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର ଜେନା ଦେବେଗୌଡାଙ୍କୁ ଗୁରୁବାର ସାକ୍ଷାତ କରିସାରିଛନ୍ତି।