ବଲିଉଡ୍ର ମିଷ୍ଟର ପରଫେକ୍ସନିଷ୍ଟ୍ ଅମୀର ଖାନ୍ ଆଜିର ଦିନରେ ୧୯୬୫ମସିହାରେ ମହାରାଷ୍ଟ୍ରରେ ତାଙ୍କର ଜନ୍ମ । ବଲିଉଡ୍ ଜଗତରେ ଅମୀର ଖାନ୍ ଭାବେ ଲୋକପ୍ରିୟ ଥିବା ଏହି ଅଭିନେତା ଜଣଙ୍କର ପୁରା ନାମ ହେଉଛି ମହମ୍ମଦ ଅମୀର ହୁସେନ ଖାନ୍ । ଅଭିନେତା ହେବା ସଙ୍ଗେ ସଙ୍ଗେ ଅମୀର ନିର୍ଦ୍ଦେଶକ, ପ୍ରଯୋଜକ, ସ୍କ୍ରିପଫ୍ ରାଇଟର, ସେ୍ୱଚ୍ଛାସେବୀ ଭାବେ ବି ପରିଚିତ । ହିନ୍ଦୀ ସିନେମା ଜଗତରେ ନିଜ କ୍ୟାରିୟରରେ ସେ ନିଜକୁ ଜଣେ ପ୍ରଖ୍ୟାତ, ପ୍ରତିପତ୍ତିଶାଳୀ ଏବଂ ପ୍ରଭାବଶାଳୀ କଳାକାର ରୂପେ ପ୍ରତିଷ୍ଠିତ କରିପାରିଛନ୍ତି । ସେ ୪ଟି ଜାତୀୟ ଫିଲ୍ମ ଆୱାର୍ଡ ଓ ୭ଟି ଫିଲ୍ମ ଫେୟାର ଆୱାର୍ଡ ଅର୍ଜନ କରିଛନ୍ତି । ଅଭିନୟ ମାଧ୍ୟମରେ ହିନ୍ଦୀ ସିନେମା ଜଗତକୁ ଏକ ଭିନ୍ନ ଛାପ ଦେଇଛନ୍ତି, ତେଣୁ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୦୦୩ରେ ପଦ୍ମଶ୍ରୀ ଏବଂ ୨୦୧୦ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ଅମୀରଙ୍କୁ ।