ପ୍ରସ୍ତୁତି ସାମଗ୍ରୀ- ଏକ କପ୍ ବୁଟ ଡାଲି, ଏକ କପ୍ ଚୋପାଥିବା ବିରିଡ଼ାଲି, ୨୫୦ଗ୍ରାମ୍ ଗୁଣ୍ଡ ମାଂସ, ଦୁଇଗୋଟି ଅଣ୍ଡା, ୫ଟି ପିଆଜ, ଖଣ୍ଡିଏ ଅଦା, ଗୋଟିଏ ରସୁଣ, ୪ଟି ତେଜପତ୍ର, ଖଣ୍ଡିଏ ଡାଲଚିନି, ୨ଟି ଗୁଜରାତି, ଦୁଇ ଚାମଚ ଘିଅ, ଅଧକପ୍ ତେଲ, ୪ଟି ଟମାଟ, ୧୦ଟି ଶୁଖିଲା ଲଙ୍କା, ଏକ ଚାମଚ ଜୀରା, ଅଳ୍ପ ଧନିଆ ପତ୍ର, ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦୀ ।
ପ୍ରଣାଳୀ- ପ୍ରଥମେ ଦୁଇଟି ପିଆଜ, ଅଦା ଓ ରସୁଣ ଏକତ୍ର କରି ଚିMଣ କରି ବାଟିଦେବ, ଜିରା, ତେଜପତ୍ର, ଲଙ୍କା ବାଟି ଦିଅ;ୁ । ଡାଲଚିନି, ଗୁଜରାତି ଗୁଣ୍ଡକରି ଦେବେ । ଗୋଟିଏ ଡେକcିରେ ବିରିଡାଲି ଓ ବୁଟଡାଲି ଲୁଣ ଓ ହଳଦୀ ପକାଇ ସିଝାଇଦିଅ;ୁ। କରେଇରେ ତେଲ ଗରମକରି ପିଆଜ ବଟା, ଜିରାବଟା, ଲୁଣ ଏବଂ ହଳଦୀ ପକାଇ ମାଂସ ସବୁତକୁ କସିଦିଅ;ୁ । କସିବା ପରେ ଅଳ୍ପ ପାଣିଦେଇ ମାଂସ ସିଝିଗଲେ ଡାଲଚିନି ଓ ଗୁଜରାତି ଗୁଣ୍ଡ ପକାଇ ମାଂସ ତରକାରି ଓହ୍ଲାଇଦେବେ । ଅନ୍ୟ ଏକ ପାତ୍ରରେ ତେଲ ଗରମକରି ବଳିଯାଇଥିବା ପିଆଜ ଗୁଡ଼ିକୁ ଛୋଟ ଛୋଟ କରି କାଟି ଭାଜିଦିଅ;ୁ । ପିଆଜ ଭଜାହୋଇଗଲେ ଅଣ୍ଡା ଭାଙ୍ଗି ପକାଇଦିଅ;ୁ । ଅଣ୍ଡା ପକାଇବା ବେଳେ ଘିଅ ଏବଂ ଟମାଟୋକୁ କାଟି ପକାଇବେ । ଅଣ୍ଡାକୁ ଭୂଜିଆପରି କରିଦେବେ ତା’ପରେ ମାଂସ ତରକାରୀ ଏବଂ ସିଝାଡାଲି ପକାଇ ଅଳ୍ପ ଫୁଟିବା ପରେ ଓହ୍ଲାଇଦେବେ । କିଛି ଧନିଆପତ୍ର ଛୋଟ ଛୋଟ କରି କାଟି ଉପରେ ପକାଇ ଓହ୍ଲାଇଦେବେ ।
