ବଲିଉଡ୍ରେ ଏବେ ଚାଲିଛି ସେଲିବ୍ କିଡ୍ଙ୍କୁ େୱଲ୍କମ୍ । ପଟ୍ଟୌଦୀ ପରିବାରର ଅଲିଅଳୀ ସାରା ଅଲୀ ଖାନ୍ ନିଜ ଡେବୁ୍ୟ ଫିଲ୍ମରୁ ହିଁ ସିନେପ୍ରେମିଙ୍କ ମନରେ ଘର କରିସାରିଛନ୍ତି । ଗତ କିଛିଦିନ ହେବ ସୋସାଲ ମିଡିଆରେ ସାରା ଓ ଜାହ୍ନବୀଙ୍କୁ ତୂଳନାତ୍ମକ ସମାଲୋଚନାର ଶିକାର ହେବାକୁ ପଡିଛି । ଟିଭିରେ ଓ ଖବର କାଗଜ ଅନେକ ହେଡ୍ ଲାଇନ୍ସ ଛପାଯାଇଛି ଏ ଦୁଇ ନାୟିକାଙ୍କ ରୋଜଗାର, କାମଙ୍କୁ ନେଇ। ଖବରକାଗଜ ଓ ସୋସାଲମିଡିଆର ଏ ନ୍ୟଜ୍କୁ ଦେଖି ସାରା ପୁରା ହୋଇପଡିଥିଲେ ବ୍ୟସ୍ତ ବିବ୍ରତ । ଗତବର୍ଷ ସାରା ଓ ଜାହ୍ନବୀ ପ୍ରବେଶ କରିଛନ୍ତି ବଲିଉଡ୍ ଜଗତରେ । ଦୁଇ ନାୟିକା ନିଜ ଅଭିନୟର ଜାଦୁରେ ଦର୍ଶକଙ୍କ ମନକୁ ଜିଣିବାରେ ହୋଇଛନ୍ତି ସଫଳ । ନିକଟରେ ଫିଲ୍ମଫେୟାରର ଏକ ଇଣ୍ଟରଭୁ୍ୟରେ ଏନେଇ ନିଜର ମୌନତାକୁ ଭଙ୍ଗ କରିଛନ୍ତି ପଟ୍ଟୌଦୀ ଲଳନା । ସାରା କହିଛନ୍ତି ଏ ଖବର ମୁଁ ଦେଖିବାମାତ୍ରେ ଜାହ୍ନବୀଙ୍କୁ ବାରମ୍ବାର ଫୋନ୍ କରିଥିଲି ଓ ଜାହ୍ନବୀ ମୋର ଜଣେ ଭଲ ବାନ୍ଧବୀ ହୋଇଥିବାରୁ ଏନେଇ ଆମେ ବହୁତ ଅଲୋଚନା କରିଥିଲୁ । ସାରାଙ୍କ କହିବା ମୁତାବକ ପ୍ରସାରିତ ଖବର ସବୁ ଅନିବାର୍ଯ୍ୟ ତେଣୁ ସେ ବର୍ତ୍ତମାନ ନିଜ କ୍ୟାରିୟର ଛଡା ଅନ୍ୟ କୌଣସି ଜିନିଷକୁ ଗୁରୁତ୍ୱ ଦେବାକୁ ଚାହୁଁ ନାହାନ୍ତି । ସିମ୍ବାର ଅପାରପୂର୍ବ ସଫଳତା ପରେ ସାରା ଏବେ ଆଉକିଛି ନୂଆ କରିବା ଅପେକ୍ଷାରେ ଅଛନ୍ତି । ସେପଟେ ଜାହ୍ନବୀ ନିଜର ଆଗାମୀ ଫିଲ୍ମ ‘ତଖ୍ତ’କୁ ନେଇ ହେଉଛନ୍ତି ସଜବାଜ ।