ଭ୍ରମଣ ବା ଯାତ୍ରା ସମୟରେ ସାଧାରଣତଃ ଖାଦ୍ୟ-ପେୟର ରୁଟିନ ବଦଳି ଯାଇଥାଏ । ଯାହା ଦ୍ୱାରା ଆମକୁ କେବେ ମୁଣ୍ଡ ବ୍ୟଥା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ ତ ଆଉ କେବେ ମୁଣ୍ଡବୁଲାର ଶିକାର ହେବାକୁ ପଡିଥାଏ । ଫଳରେ ଯାତ୍ରାର ମଜା ଫିକା ପଡିଯାଇଥାଏ ଛ ତେବେ ଯାତ୍ରା ସମୟରେ ନିଜକୁ ଫିଟ୍ ବା ସୁସ୍ଥ ରଖିବାକୁ ଆପଣାନ୍ତୁ ଏହି ସବୁ ଉପାୟ ।
– ସକାଳର ହେଲ୍ଦି ବ୍ରେକଫାଷ୍ଟ ଆପଣଙ୍କୁ ପୂରା ଦିନ ଚାର୍ଜ ରଖିଥାଏ । ଯାଦି ଯାତ୍ରା ସମୟରେ ଆପଣଙ୍କୁ ଖାଇବାକୁ ସମୟ ନମିଳେ ତ ସକାଳର ବ୍ରେକଫାଷ୍ଟ ଆପଣଙ୍କୁ ଫିଟ ରଖିବାରେ ସାହାଯ୍ୟ କରିଥାଏ । ତେଣୁ ଯାତ୍ରା ସମୟରେ ବ୍ରେକଫାଷ୍ଟ କରିବା ଭୁଲନ୍ତୁ ନାହିଁ । କ୍ଷୀର, ଅଣ୍ଡା ଏବଂ ଫଳ ନିଜ ବ୍ରେକଫାଷ୍ଟରେ ମିଶାନ୍ତୁ ।
– ଯାତ୍ରା ସମୟରେ ପାଣି ବୋତଲ ଅବଶ୍ୟ ରଖନ୍ତୁ । ଏହା ଦ୍ୱାରା ଆପଣଙ୍କ ଶରୀରର ହାଇଡ୍ରେଟ ରହିଥାଏ ଏବଂ ଆପଣଙ୍କୁ କୋଷ୍ଠକାଠିନ୍ୟ କିମ୍ବା ମୁଣ୍ଡବ୍ୟଥା ବା ମୁଣ୍ଡବୁଲା ସମସ୍ୟା ଦେଖା ଦିଏ ନାହିଁ ।
– ଯଦି ହୋଟେଲ ନିକଟର କୌଣସି ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତ ଗାଡିର ବ୍ୟବହାର ନକରି ଚାଲିକି ଯାଆ;ୁ । ଏହା ଦ୍ୱାରା ଆପଣଙ୍କ ଶରୀରର ଫିଟ୍ ରହିବ ।
Next Post