ରଣବୀର ହେବ ର୍ୟାପର

0

ଜୋୟା ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଲିବୟ’ରେ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ସେୟାର କରିଛନ୍ତି ବଲିଉଡ୍‌ ଦୁଇ ସୁପରଷ୍ଟାର । ଏତଦ୍‌ବ୍ୟତୀତ କାଲ୍‌କି କୋଚିଲିନ୍‌, ସିଦ୍ଧାନ୍ତ ଚତୁର୍ବେଦୀ, ବିଜୟ ରାଜ ଓ ବିଜୟ ବର୍ମା ଆଦି ମୁଖ୍ୟ ଭୂମିକାରେ ଅଛନ୍ତି । ଫିଲ୍ମର କାହାଣୀଟି ମୁରାଦ (ରଣବୀର ସିଂହ)ଙ୍କ ର୍ୟାପ୍‌ର ହେବାକୁ ନେଇ ସଂଘର୍ଷର କାହାଣୀ ଉପରେ ଆଧାରିତ । ମୁମ୍ବାଇର ଧାରାବିରେ ରହୁଥିବା ମୁରାଦ ଯିଏ ଗରିବୀରୁ ଉପରକୁ ଉଠିବାର ବଡ଼ ବଡ଼ ସ୍ୱପ୍ନ ଦେଖେ । ପ୍ରତିଦିନ ଯାହା ଦୁଃଖ କିମ୍ବା କଷ୍ଟ ସହେ ତାକୁ ସେ ନୋଟବୁକ୍‌ରେ ଲେଖେ । ଏହି ସମୟରେ ମୁରାଦର ସାକ୍ଷାତ ହୁଏ ସଫିନା (ଆଲିଆ ଭଟ୍ଟ) ସହ । ଉଭୟ ପରସ୍ପର ପ୍ରେମରେ ପଡ଼ିଯାନ୍ତି । ସଫିନା ଜଣେ ସମ୍ଭା୍ରନ୍ତ ଶ୍ରେଣୀରୁ ଆସିଥିବା ବେଳେ ମୁରାଦ ଗରିବ ପରିବାରର ହୋଇଥାଏ । ଉଭୟଙ୍କ ମଧ୍ୟରେ ଆକଶ ପାତଳର ଫରକ ଥିବାରୁ ପରିବାରଠୁ ଲୁଚାଚୋରାରେ ସମ୍ପର୍କ ରଖନ୍ତି । ଇତିମଧ୍ୟରେ ମୁରାଦ ପିତା ଶାକିର(ବିଜୟ ରାଜ)ଙ୍କର ଦ୍ୱିତୀୟ ବିବାହ ହୋଇଯାଏ । ଘରକୁ ସାବତ ମା’ ଆସିବା ପରେ ଘରର ପରିବେଶ ଆହୁରି ଖରାପ ହେବାକୁ ଲାଗେ । ସାବତ ମା’ର ପ୍ରବେଶ ହେତୁ ନିଜ ମା’ର ଦୟନୀୟ ଅବସ୍ଥା ପାଇଁ ଦୁଃଖିତ ହୁଏ ମୁରାଦ । ଇତିମଧ୍ୟରେ ମୁରାଦର ସାକ୍ଷାତ ହୁଏ ଲୋକପ୍ରିୟ ର୍ୟାପର୍‌ ଏମସି ସେର(ସିଦ୍ଧାନ୍ତ ଚତୁର୍ବେଦୀ)ଙ୍କ ସହ । ମୁରାଦ ନିଜକୁ ଏମସି ସେରଙ୍କ ପରି ହେବାକୁ ଇଚ୍ଛା କରେ ଏବଂ ତାଙ୍କଠାରୁ ଟ୍ରେନିଂ ନିଏ । ହଠାତ୍‌ ମୁରାଦଙ୍କ ପିତା ରୋଗଗ୍ରସ୍ତ ହୋଇଯାନ୍ତି । ସେଠାରୁ ହିଁ କାହାଣୀ ୟୁଟର୍ନ ନିଏ । ଫଳରେ ମୁରାଦ ସଂଗୀତ ଶିକ୍ଷା ଛାଡ଼ି ପିତାଙ୍କ କାମ କରେ ଡ୍ରାଇଭର ସାଜି ଗାଡ଼ି ଚଲାଏ । ମୁରାଦ ଏବଂ ଏମସିଙ୍କ ବିଷୟରେ ଜାଣିବାକୁ ପାଆନ୍ତି ମୁ୍ୟଜିକ୍‌ ପୋଗ୍ରାମର ସ୍କାଇ(କଲିକ୍‌ କୋଚଲିନ)। ନିଜ କମ୍ପାନୀରେ ମୁରାଦ ଏବଂ ଏମସିଙ୍କୁ ଗୀତ ଗାଇବାର ସୁଯୋଗ ଦିଅନ୍ତି ସ୍କାଇ । ପିତାଙ୍କୁ ମୁରାଦଙ୍କର ର୍ୟାପର ହେବା ମଞ୍ଜୁର ନଥାଏ । ପରିଶେଷରେ ଅନେକ ସଂଘର୍ଷର ସାମ୍ନା କରି କିପରି ମୁରାଦ ନିଜର ସ୍ୱପ୍ନକୁ ସାକାର କରୁଛି ତାହା ହିଁ ହେଉଛି ଫିଲ୍ମର କାହାଣୀ ।
ପରଦାକୁ ଫିଲ୍ମ ଆସିବା ପୂର୍ବରୁ ହିଁ ଏହାର ସମସ୍ତ ଗୀତ ଖୁବ୍‌ ଲୋକପ୍ରିୟ ହୋଇ ସାରିଥିଲା । ଫିଲ୍ମଟିରେ ସବୁ କଳାକାର ଜବରଦସ୍ତ ଅଭିନୟ କରିଛନ୍ତି । ର୍ୟାପର୍‌ ସାଜି ସୁପରଷ୍ଟାର୍‌ ରଣବୀର ସିଂହ ନିଜେ କଣwଦାନ କରିଛନ୍ତି । ଫିଲ୍ମରେ ଆଲିଆ ଭଟ୍ଟ ଏବଂ ରଣବୀର ସିଂହଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି ଦର୍ଶକେ । ଫିଲ୍ମ ରିଲିଜ୍‌ ହେବା ପୂର୍ବରୁ ହିଁ ୮କୋଟି ଲୋକ ଆଗୁଆ ଟିକେଟ୍‌କୁ ବୁକ୍‌ କରିସାରିଛନ୍ତି ।

Leave A Reply

Your email address will not be published.