ସାମଗ୍ରୀ: ରାଇସ-୨ବାଉଲ,ବେସନ-୧ବାଇଲ,ସିଝା ଆଳୁ-୨ଟି, କଟା ଧନିଆପତ୍ର-୨ଚାମଚ, ଜିରା ଗୁଣ୍ଡ-୧ଚାମଚ, ଧନିଆ ଗୁଣ୍ଡ-୧ଚାମଚ, ଲଙ୍କା ଗୁଣ୍ଡ-୧ଚାମଚ, ଗରମ ମଦଲା-୧/୨ଚାମଚ, କଟା ପିଆଜ-୧/୨ ବାଉଲ, କଟା କଞ୍ଚା ଲଙ୍କା-୧ଚାମଚ, ତେଲ-୫୦୦ଗ୍ରାମ, ଲୁଣ ସ୍ୱାଦ ଅନୁସାରେ ।
ପ୍ରଣାଳୀ: ସିଝା ଆଳୁରୁ ଚୋପା ଛଡାଇ ତାକୁ ଚକଟି ଗୋଟିଏ ପାତ୍ରରେ ରଖି ସେଥିରେ ରାଇସ, କଟା ପିଆଜ, କଟା ଧନିଆ ପତ୍ର, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଲୁଣ, ଜିରା ଗୁଣ୍ଡ ଓ ଗରମ ମସଲା ଦେଇ ଏସବୁକୁ ଭଲଭାବେ ଚକଟି ଏକ ମିଶ୍ରଣ ପ୍ରସ୍ତୁତ କରିବେ । ମିଶ୍ରଣକୁ ଗୋଟି ଗୋଟି କରି ଅଟା ଗୋଳା ସଦୃଶ କରି କାକାରା ପିଠା ପରି ଚାପିଦେବେ । ଏହିପରି ଗଢି ଗୋଳା ସବୁକୁ ଗୋଟିଏ ପ୍ଲେଟରେ ରଖିଦେବେ । ଚୂଳାରେ ତେଲ ଗରମ କରି ଗରମ ତେଲରେ ଗୋଟି ଗୋଟି କରି ଛାଣିଦେବେ । ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ରାଇସ କଟଲେଟ ।
Next Post