ରାଜଗାଙ୍ଗପୁରରେ ହାଜତ ମୃତ୍ୟୁକୁ ନେଇ ଉତ୍ତେଜନା, ଶୀତବସ୍ତ୍ରରେ ରଶି ଲଗାଇଥିବା ପୋଲିସ କହିଲା

0

ସୁନ୍ଦରଗଡ଼,୬/୧୨: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନାରେ ବୁଧବାର ରାତି ପ୍ରାୟ ୧୦ଟାରେ ଏକ ଠକେଇ ଘଟଣାରେ ତଦନ୍ତ ପାଇଁ ଅଣାଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଜଣଙ୍କ ହେଲେ କୁତ୍ରା ଥାନା ରାଏକାକଚ୍ଛାର ଗ୍ରାମର ଜୟ କୁମାର ଲାକ୍ରା(୩୦)। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, କୁତ୍ରା ବ୍ଲକ ଅନ୍ତର୍ଗତ ତୁନମୁରା ଜନସେବା କେନ୍ଦ୍ରର ଷ୍ଟେଟବ୍ୟାଙ୍କ ଅଫ୍‌ ଇଣ୍ଡିଆର ବିଭିନ୍ନ ହିତାଧିକାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗ ହୋଇଥିଲା। ଏଥିରେ ଗ୍ରାମବାସୀ ଜୟ କୁମାରଙ୍କୁ ଦୋଷୀ ଭାବିବା ସହ ଡିସେମ୍ବର ୧ ତାରିଖରେ ପୋଲିସର ଜିମା ଦେଇଥିଲେ। ଉକ୍ତ ଦିନଠାରୁ ଜୟକୁମାରଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଥିଲା। ଏପରିକି କେତେଜଣ ଗ୍ରାମବାସୀଙ୍କୁ ମଧ୍ୟ ଅଟକ ରଖିଥିଲା। ମାତ୍ର ବୁଧବାର ଜୟ କୁମାରଙ୍କୁ ଥାନା ହାଜତରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଜୟ କୁମାର ନିଜେ ପିନ୍ଧିଥିବା ଶୀତବସ୍ତ୍ରର ସୁତାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପୋଲିସ କହୁଥିବା ବେଳେ ଏହା ସମ୍ଭବ ନୁହେଁ ବୋଲି ପରିବାରଲୋକେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ଦୃଷ୍ଟିରେ ରଖି ଗୁରୁବାର ୧୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି।

SBI AD
Leave A Reply

Your email address will not be published.