ଭାରତର ସବୁଠାରୁ ବଡ ସର୍ଚ୍ଚ ଇଞ୍ଜିନ୍ କମ୍ପାନି ଗୁଗଲ୍ ଦେଶରେ ରାଜନୀତି ସମ୍ବନ୍ଧିତ ବିଜ୍ଞାପନର ବିବରଣୀ ଆସନ୍ତା ମାର୍ଚ୍ଚ ସୁଦ୍ଧା ସାର୍ବଜନିକ ରୂପେ ପ୍ରସ୍ତୁତ କରିବ । ସେଥିରେ ନିର୍ବାଚନୀ ବିଜ୍ଞାପନ କ୍ରୟ କରୁଥିବା ବ୍ୟକ୍ତି ଓ ସେହି ସମ୍ବନ୍ଧିତ ବିଜ୍ଞାପନର ବିବରଣୀର ସୂଚନା ଦେବ । ଭାରତରେ ଚଳିତ ଅପ୍ରେଲ ଓ ମେ’ରେ ହେଉଥିବା ନିର୍ବାଚନର ରାଜନୈତିକ ବିଜ୍ଞାପନ ମାମଲାରେ ପାରଦର୍ଶିତା ବଢାଇବା ପାଇଁ ଗୁଗଲ୍ ଏହି ପ୍ରୟାସ କରିଛି । କମ୍ପାନି ସୂଚନା ଦେଇଛି ଯେ, ଅନ୍ଲାଇନ୍ ନିର୍ବାଚନୀ ବିଜ୍ଞାପନରେ ଓ ପାରଦର୍ଶିତା ଆଣିବା ପାଇଁ କମ୍ପାନି ଭାରତ ଉପରେ କେନ୍ଦ୍ରିତ ଏକ ‘ରାଜନୈତିକ ବିଜ୍ଞାପନ ପାରଦର୍ଶିତା ରିପୋର୍ଟ’ ଓ ସାର୍ବଜାନିକ ରାଜନୈତିକ ବିଜ୍ଞାପନ ଲାଇବ୍ରେରୀ ଉପସ୍ଥାପନ କରିବ ଯାହା ଲୋକ ସର୍ଚ୍ଚ କରିବା ସାପେକ୍ଷ । ବିଜ୍ଞାପନ ଲାଇବ୍ରେରୀ ମାର୍ଚ୍ଚ ୨୦୧୯ ଠାରୁ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ ରହିବ । ଗୁଗଲ୍ରେ ଚଳିତ ବର୍ଷ ନିର୍ବାଚନରେ ବିଜ୍ଞାପନ ଖର୍ଚ୍ଚ କେତେ ତାହାର ମଧ୍ୟ ବିବରଣୀ ବିସ୍ତୃତ ରୂପେ ରହିବ । ଉଦ୍ଦେଶ୍ୟ ଏହା ଯେ ଅନ୍ଲାଇନ୍ ରାଜନୈତିକ ବିଜ୍ଞାପନ ପାରଦର୍ଶିତା ଆଣିବା ସହ ମତଦାତାଙ୍କୁ ନିର୍ବାଚନ ସହ ଜଡିତ ସୂଚନା ଦେବାରେ ସକ୍ଷମ ହେବ । ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ଗୁଗଲ୍ ପ୍ରଥମ ଯିଏ ରାଜନðତିକ କ୍ଷେତ୍ରରେ ଗଣତନ୍ତ୍ରକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ନିକଟରେ ସମସ୍ତ ବିବରଣୀ ପହଞ୍ଚାଇବ ।