ନୂଆଦିଲ୍ଲୀ,୨୩/୧୧: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆଧିକାରୀକଙ୍କ ବିରୁଦ୍ଧରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଦଳର ୧୧ ବିଦ୍ରୋହୀ ନେତାଙ୍କୁ ବାହାର କରିଦିଆଯାଇଛି ।
ବିଜେପିରୁ ବିତାଡିତ କରାଯାଇଥିବା ନେତାଙ୍କ ମଧ୍ୟରେ ୪ଜଣ ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । ଏହି ବିଦ୍ରୋହୀ ନେତାମାନେ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ଥିଲେ ଓ ନିଜ ଦଳର ପ୍ରାର୍ଥିମାନଙ୍କ ବିରୁଦ୍ଧରେ ନିର୍ବାଚନ ଲଢିବାର ନିଷ୍ପତି ନେଇଥିଲେ । ଦଳରୁ ଟିକେଟ କଟି ଯିବାରୁ ବସୁନ୍ଧରା ରାଜେ ସରକାରଙ୍କ ଉପରେ ଅସନ୍ତୁଷ୍ଟ ମନ୍ତ୍ରୀ ସୁରେନ୍ଦ୍ର ଗୋୟଲ, (ଜେତରାନ) ହେବ ସିନ ଭଡାନା (ଥାନାଗଞ୍ଜି) ରାଜକୁମାର ରିନୱା (ରତନଗଡ) ଓ ଧ୍ୟରନ ସିଂହ ରାୱତ ବିଜେପି ପ୍ରାର୍ଥିମାନଙ୍କ ବିରୁଦ୍ଧରେ ସ୍ୱାଧିନ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି ।
Next Post