ରାଜ୍ୟରେ ସବୁ ସ୍କୁଲ ପାଠାଗାରକୁ ପୁସ୍ତକ ଯୋଗାଇଦେବାକୁ ଚଳିତବର୍ଷ ଖର୍ଚ୍ଚ ହେବ ୪୫.୬୨ କୋଟି

0

ଭୁବନେଶ୍ୱର, ୧୭/୭: ରାଜ୍ୟରେ ଚଳିତ ବର୍ଷ ସବୁ ସ୍କୁଲ ପାଠାଗାରକୁ ପୁସ୍ତକ ଯୋଗାଇ ଦିଆଯିବ। ସେଥିପାଇଁ ରାଜ୍ୟ ସରକାର ୪୫ କୋଟି ୬୨ ଲକ୍ଷ ୯୫ ହଜାର ଟଙ୍କାର ବ୍ୟୟବରାଦ କରିଛନ୍ତି। ପ୍ରୋଜେକ୍ଟ ଆପ୍ରୁଭାଲ ବୋର୍ଡ(ପିଏବି) ଅନୁମୋଦନ ପରେ ପୁସ୍ତକ କ୍ରୟ ପାଇଁ ପଦକ୍ଷେପ ନିଆଯିବ। ୨୦୧୯-୨୦ ଆର୍ଥିକ ବର୍ଷରେ ୩୦ଟି ଜିଲା ପାଇଁ ପ୍ରାଥମିକ ବିଦ୍ୟାଳୟଗୁଡିକୁ ୪୯ ହଜାର ୪୨୫ ଖଣ୍ଡ ବହି ଯୋଗାଇ ଦେବା ନିମନ୍ତେ ୭୭୫.୩୯୮୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ହାଇସ୍କୁଲଗୁଡିକ ପାଇଁ ୫୫୮୮ ପୁସ୍ତକ ବାବଦରେ ୩୭୮୭.୫୫ ଲକ୍ଷ ଟଙ୍କା ଯୋଗାଇଦେବାକୁ ବ୍ୟୟବରାଦ କରାଯାଇଛି। ତେବେ ପ୍ରାଥମିକ ହାଇସ୍କୁଲ ପାଇଁ ରାଜ୍ୟ ସରକାର ୫୫୦୧୩ ଖଣ୍ଡ ପୁସ୍ତକ ଯୋଗାଇବା ବାବଦରେ ୪୫୬୨.୯୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବଦଳରେ ବିଧାନସଭା ପ୍ରଶ୍ନକାଳ ବେଳେ ଏଭଳି ଉତ୍ତର ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

SBI AD
Leave A Reply

Your email address will not be published.