ନୂଆଦିଲ୍ଲୀ,୧/୮ : ସଡକ ଦୁର୍ଘଟଣା ରୋକିବା ପାଇଁ ସରକାର ମୋଟର ଯାନ ବିଲ ୨୦୧୯ ସଂଶୋଧନ କରିଥିଲେ । ଏହି ବିଲ ଆଜି ରାଜ୍ୟସଭାରେ ପାସ୍ ହୋଇଛି । ଏହି ବିଧେୟକ ଉପରେ ଚର୍ଚ୍ଚା କରିବା ପରେ ସରକାର ୧୩ ମୁକାବିଲାରେ ୧୦୮ ମତରେ ପାରିତ କରିଛନ୍ତି । ଏହାକୁ ଜୁଲାଇ ୨୩ରେ ଲୋକସଭାରେ ପାରିତ କରାଯାଇଥିଲା । ତେବେ ମୋଟର ହ୍ୱିକଲ ବିଲ ୨୦୧୯ ଆଇନରେ ପରିଣତ ହେବା ପରେ ଗାଡି ଚାଳନା ସମୟରେ ମୋବାଇଲ ଫୋନର ବ୍ୟବହାର, ମଦ୍ୟପାନ କରି ନିଶାରେ ଗାଳି ଚଳାଇବା, ରେଡ ଲାଇଟ ପାର କରିବା, ଓଭର ଟେକିଙ୍ଗ କରିବା, ଦ୍ରୁତ ଗତିରେ ଗାଡି ଚାଳନା କରିବା ଏବଂ ସଡକର ଖରାପ ସ୍ଥିତି ଥିଲେ ଦଣ୍ଡବିଧାନ କରାଯିବ ।
ଏହି ବିଲ ୨୦୧୭ରେ ଲୋକସଭାରେ ପାସ୍ ହୋଇଥିଲା । କିନ୍ତୁ ରାଜ୍ୟସଭାରେ ଏହାକୁ ସବୁଜ ସଙ୍କେତ ମିଳି ନଥିଲା । ଯାଦ୍ୱାରା ପୁଣି ଥରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏହି ବିଲ ଉପସ୍ଥାପନା କରିଥିଲେ । ତେବେ ଜାଣନ୍ତୁ କେଉଁ ଟ୍ରାଫିକ ନିୟମ ଭାଙ୍ଗିଲେ ଆପଣଙ୍କୁ ଦେବାକୁ ପଡିବ ଜରିମାନା ।
ଯଦି କୌଣସୀ ନାବାଳକ ଗାଡି ଚଳାଇବା ସମୟରେ ଧରା ହୁଅନ୍ତି ତେବେ ଏହାକୁ ଅପରାଧ ଧରାଯିବ । ଏଥିପାଇଁ ବାହନ ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସଂପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନହେବା ଯାଏଁ ଲାଇସେନ୍ସ ମିଳିବ ନାହିଁ । ନାବାଳକଙ୍କ ବିରୋଧରେ କିଶୋର ନ୍ୟାୟ ଆକ୍ଟ ୨୦୦୦ ଆଧାରରେ ମକୋଦ୍ଦମା ହେବ । ୪ ବର୍ଷରୁ ଅଧିକ ଆୟୁସୀମା ଶିଶୁମାନଙ୍କୁ ହେଲମେଟ ପିନ୍ଧାଯିବ । ନୂଆ ବିଲରେ ଡ୍ରାଇଭିଙ୍ଗର ଅନ୍ୟାନ୍ୟ ଭୁଲ ପାଇଁ ଜରିମାନାକୁ ପୂର୍ବ ଅପେକ୍ଷା ୫ରୁ ୩୦ ଗୁଣା ବୃଦ୍ଧି କରି ଦିଆଯାଇଛି ।
ମଦ୍ୟପାନ କରି ଗାଡି ଚଳାଉଥିଲେ ପୂର୍ବରୁ ୨ହଜାର ଜରିମାନା ଦେଉଥିଲେ କିନ୍ତୁ ଏବେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
ଏଭଳି କେସରେ ଯଦି ପୀଡିତ ଆହତ ଅଚୀ ତେବେ ଅଭିଯୁକ୍ତ ବାହନ ଚାଳକ ଉପରେ ୧୨,୫୦୦ ଏବଂ ପୀଡିତଙ୍କ ମୃତ୍ୟୁ ହେଲେ ୨୫ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ରାଶିକୁ ୫୦ ହଜାର ଓ ୨ଲକ୍ଷ କରାଯାଇଛି ।
ଯଦି କୌଣସୀ ନାବାଳକ ଗାଡି ଚଳାଇବା ସମୟରେ ଧରା ହୁଅନ୍ତି ତେବେ ଏହାକୁ ଅପରାଧ ଧରାଯିବ । ଏଥିପାଇଁ ବାହନ ମାଲିକଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ଏବଂ ସଂପୃକ୍ତ ନାବାଳକଙ୍କୁ ୨୫ ବର୍ଷ ନହେବା ଯାଏଁ ଲାଇସେନ୍ସ ମିଳିବ ନାହିଁ । ନାବାଳକଙ୍କ ବିରୋଧରେ କିଶୋର ନ୍ୟାୟ ଆକ୍ଟ ୨୦୦୦ ଆଧାରରେ ମକୋଦ୍ଦମା ହେବ । ୪ ବର୍ଷରୁ ଅଧିକ ଆୟୁସୀମା ଶିଶୁମାନଙ୍କୁ ହେଲମେଟ ପିନ୍ଧାଯିବ । ନୂଆ ବିଲରେ ଡ୍ରାଇଭିଙ୍ଗର ଅନ୍ୟାନ୍ୟ ଭୁଲ ପାଇଁ ଜରିମାନାକୁ ପୂର୍ବ ଅପେକ୍ଷା ୫ରୁ ୩୦ ଗୁଣା ବୃଦ୍ଧି କରି ଦିଆଯାଇଛି ମଦ୍ୟପାନ କରି ଗାଡି ଚଳାଉଥିଲେ ପୂର୍ବରୁ ୨ହଜାର ଜରିମାନା ଦେଉଥିଲେ କିନ୍ତୁ ଏବେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡିବ ।
ହିଟ ଆଣ୍ଡ ରନ ଏଭଳି କେସରେ ଯଦି ପୀଡିତ ଆହତ ଅଚୀ ତେବେ ଅଭିଯୁକ୍ତ ବାହନ ଚାଳକ ଉପରେ ୧୨,୫୦୦ ଏବଂ ପୀଡିତଙ୍କ ମୃତ୍ୟୁ ହେଲେ ୨୫ହଜାର ଟଙ୍କା ଜରିମାନା ଦେବାକୁ ପଡୁଥିଲା । କିନ୍ତୁ ଏବେ ଏହି ରାଶିକୁ ୫୦ ହଜାର ଓ ୨ଲକ୍ଷ କରାଯାଇଛି । ସିଟ ବେଲ୍ଟ ପାଇଁ ପୂର୍ବରୁ ୧୦୦ ଟଙ୍କା ଦେବାକୁ ପଡୁଥିଲା ଏବେ ୧୦୦୦ ଦେବାକୁ ପଡିବ ।