ଉତ୍ତରପ୍ରଦେଶ ,୩/୧୨: ରାମ ମନ୍ଦିର ପାଇଁ ଉଠିଥିବା ବିବାଦ ମଧ୍ୟରେ ଯୋଗ ଗୁରୁ ରାମ ଦେବ ବାବା ରବିବାର କହିଛନ୍ତି କି, ଅଯୋଧ୍ୟ୍ୟାରେ ଯଦି ରାମ ମନ୍ଦିର ତିଆରି ନ ହୁଏ, ତେବେ ବିଜେପି ଉପରୁ ଲୋକମାନଙ୍କର ଭରଷା ଉଠିଯିବ । ସେ କହିଛନ୍ତି କି, ଲୋକତନ୍ତ୍ରରେ ନ୍ୟାୟର ସବୁଠାରୁ ବଡ ମନ୍ଦିର ହେଲା ସଂସଦ, ସେଥିପାଇଁ ମୋଦି ସରକାର ଅଯୋଧ୍ୟ୍ୟାରେ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣିପାରନ୍ତି ।
ରାମଦେବ ବାବା କହିଛନ୍ତି କି, କୋଟି କୋଟି ଲୋକଙ୍କ ଭାବନା ରହିଥିବା ସତ୍ୱେ ଯଦି ମନ୍ଦିର ନିର୍ମାଣ ନ ହେଲା ତେବେ ବିଜେପି ଉପରୁ ଲୋକ ନିଜର ବିଶ୍ୱାସ ହରାଇ ବସିବେ । ଯାହା ଦଳ ପାଇଁ ଠିକ୍ ହେବ ନାହିଁ । ଯୋଗ ଗୁରୁ କହିଛନ୍ତି କି, ଭଗବାନ ରାମ ରାଜନୀତିର ବିଷୟ ନୁହଁନ୍ତି , ସେ ଦେଶର ଗୌରବ ଅଟନ୍ତି । ସେ ଆମର ପୂର୍ବଜ , ଆମର ସଂସ୍କୃତି ଓ ଆତ୍ମା ଅଟନ୍ତି । ତାଙ୍କୁ ରାଜନୀତି ସହିତ ଯୋଡିବା ଉଚିତ ନୁହେଁ ।