ନୂଆଦିଲ୍ଲୀ, ୨୧/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୂଗୁଳି ସ୍ଥିତ ତାରକେଶ୍ୱର ଠାରେ ପିଏମ୍ କିଷାନ ଯୋଜନାର ୨୩ ତମ କିସ୍ତି ପ୍ରଦାନ କରିଛନ୍ତି । ସମଗ୍ର ଦେଶରେ ୯ କୋଟି ୪୪ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍ କିଷାନ ଟଙ୍କା ଯାଇଛି । ସେମାନଙ୍କ ଆକାଉଣ୍ଟକୁ ୧୮, ୮୮୦ କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ଓଡ଼ିଶାର ୩୪ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୬୯୨.୮୬ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ।