ରାହୁଳଙ୍କୁ ବିଦେଶୀ କହିଲେ ଶିବରାଜ

0

ସତନା,୨୩/୧୧: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ହୋଇଛି ସରଗରମ। ଏବେ ଜଣଙ୍କ ଉପରେ ଅନ୍ୟ ଜଣେ ଆଣୁଛନ୍ତି ଆରୋପ ପ୍ରତ୍ୟାରୋପ। ଶୁକ୍ରବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏକ ଜନସଭାରେ କହିଥିଲେ ଯଦି ମଧ୍ୟ ପ୍ରଦେଶରେ କଂଗ୍ରେସ ବିଜୟ ଲାଭ କରିବ ତେବେ ୧୦ ଦିନ ମଧ୍ୟରେ କୃଷିଋଣ ଛାଡ ହେବ। ଏବେ ଏହାର ଯବାବ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାହୁଳଙ୍କୁ ଘେରିଛନ୍ତି। ଶିବରାଜ କହିଛନ୍ତି ରାହୁଳ ତ ପରଦେଶୀ ତେଣୁ ସେ ଲୋକଙ୍କ ସାଙ୍ଗରେ କେମିତି ରହିବେ। ଏବେତ ସେ ଅଧିକାଂଶ ସମୟ ବିଦେଶରେ କଟାଉଛନ୍ତି। ତେଣୁ ନିର୍ବାଚନ ଜିତିଲେ ସେ ବିଦେଶ ହିଁ ଚାଲିଯିବେ।ହେଲେ ଜନତାଙ୍କ ସହ ରହିବେ କେବଳ ମାମା(ଶିବରାଜ ସିଂ ଚୌହାନ) ।

SBI AD
Leave A Reply

Your email address will not be published.