ରିଲିଜ୍ ହୋଇଯାଇଛି ଅଭିନେତା ସନି ଦେୱଲ୍ ଷ୍ଟାରର୍ କମେଡ଼ି ଡ୍ରାମା ଆକ୍ସନ୍ ଫିଲ୍ମ ଭୈୟାଜୀ ସୁପର୍ହିଟ୍’ । ଫିଲ୍ମ ନିର୍ଦ୍ଦେଶନା ନିରଜ ପାଠକ ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଚିରଗ୍ ଧରିୱାଲ୍ । ଏହାର କାହାଣୀ ନିରଜ୍ ପାଠକ୍ ଲେଖିଛନ୍ତି ଓ ଫିଲ୍ମରେ ସଂଗୀତ ନିର୍ଦ୍ଦେଶନା ଜିତ୍ ଗାଙ୍ଗୁଲି, ନିରଜ୍ ପାଠକ୍ ଦେଇଛନ୍ତି । ଅଭିନେତା ସନି ଦେୱଲ୍ଙ୍କ ବ୍ୟତୀତ ଫିଲ୍ମରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା, ଅର୍ଶଦ୍ ୱାର୍ସି, ଶ୍ରୀୟସ୍ ତଲ୍ପଡେ, ସଞ୍ଜୟ ମିଶ୍ରା, ଅମୀଷା ପଟେଲ୍ ଏବଂ ଜୟଦୀପ୍ ଅହଲାବତ୍ଙ୍କ ପରି ଲୋକପ୍ରିୟ କଳାକାର ଅଭିନୟ କରିଛନ୍ତି । ଫିଲ୍ମର ଷ୍ଟୋରି ବିଷୟରେ କହିବାକୁ ଗଲେ, ଏହାର କାହାଣୀ ବନାରଶ ବାସୀନ୍ଦା ଦବଙ୍ଗ ଭୈୟାଜୀ (ସନି ଦେୱଲ୍)ଙ୍କ ଉପରେ ଆଧାରିତ ଯିଏ ନିଜ ପନିୀ ସ୍ୱପ୍ନାଦେବୀଙ୍କୁ ଖୁବ୍ ଭଲ ପାଆନ୍ତି । କିନ୍ତୁ କିଛି କାରଣ ପାଇଁ ସ୍ୱପ୍ନାଦେବୀ ଘର ଛାଡି ପଳାନ୍ତି । ଯାହାଫଳରେ ଦବଙ୍ଗ ଭୈୟାଜୀ ଭାଙ୍ଗି ପଡନ୍ତି । ନିଜ ସ୍ତ୍ରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସେ ଭିନ୍ନ ଭିନ୍ନ ଉପାୟ ମଧ୍ୟ ଆପଣାନ୍ତି । ଏହାମଧ୍ୟରେ ଫିଲ୍ମରେ ଅନ୍ୟ କଳାକାରଙ୍କ ଏଣ୍ଟ୍ରି ହୁଏ । ଏହା ବିଷୟରେ ଅଧିକ ଜାଣିବାକୁ ହେଲେ ଆପଣଙ୍କୁ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ଦେଖିବାକୁ ପଡିବ । ଦୀର୍ଘ ସାତ ବର୍ଷ ଧରି ନିର୍ମାଣ ଚାଲିଥିବା ଏହି ଫିଲ୍ମର ଅବଧି ଦୁଇ ଘଣ୍ଟା ୧୯ ମିନିଟ୍ ରହିଛି । ସନି ଦେୱଲଙ୍କ ଫ୍ୟାନ୍ସ ଫିଲ୍ମରେ ସନିଙ୍କର ଦମ୍ଦାର୍ ଆକ୍ସନ୍ ଦେଖିବାକୁ ପାଇବେ । ଏହାସହ ଅର୍ସଦ୍ ୱାର୍ସି ଏବଂ ଶ୍ରେୟସ୍ଙ୍କ କମେଡ଼ି ଏବଂ ଜଞ୍ଜୟ ମିଶ୍ରାଙ୍କ ସୁନ୍ଦର ଡାଇଲଗ୍ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବ । ଏତେ ବଡ ଷ୍ଟାର୍କାଷ୍ଟ ହୋଇସୁଦ୍ଧା ଫିଲ୍ମଟି ୩୦ କୋଟି ବଜେଟ୍ରେ ନିର୍ମାଣ ହୋଇଛି । ଏବେ କେବଳ ଦେଖିବାକୁ ବାକି ରହିଲା ହଲ୍ରେ ଏହାର ପ୍ରଦର୍ଶନ କିପରି ରହୁଛି ।