ରୁଷ ଠାରୁ ବହୁତ ଗୁଣରେ ଅଧିକ ଆମେରିକାର ପ୍ରତିରକ୍ଷା ବଜେଟ୍, ତଥାପି ଆମେରିକାର ଯୁଦ୍ଧରେ ହାରିବାର ଭୟ

0

ଓ୍ଵାଶିଂଟନ,୧୫/୧୧: ଆମେରିକା ବର୍ତମାନ ରାଷ୍ଟ୍ରୀୟ ସୁରକ୍ଷା ଓ ସୈନ୍ୟ ସଙ୍କଟର ସାମ୍ନା କରୁଛି। ଆମେରିକା ସଂସଦୀୟ ପ୍ୟାନେଲର ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟରେ କୁହାଯାଇଛି ଏହି ପରି ଅବସ୍ଥାରେ ଯଦି ରୁଷ କିମ୍ବା ଚୀନ ସହ ଯୁଦ୍ଧ ହୁଏ ତେବେ ଆମେରିକା ଯୁଦ୍ଧରେ ହାରି ପାରେ।

ସୂଚନା ଅନୁସାରେ ଆମେରିକାର ପ୍ରତିରକ୍ଷା ବଜେଟ୍ ପ୍ରାୟ ୭୦୦ ବିଲିୟନ ଡଲାର। ଯାହା ରୁଷର ୬୧ ବିଲିୟନ ଡଲାର(୨୦୧୭), ଚୀନର ୧୭୫ ବିଲିୟନ ଡଲାର(୨୦୧୮) ଓ ଭାରତର ୪୫ ବିଲିୟନ ଡଲାର(୨୦୧୮)ର ପ୍ରତିରକ୍ଷା ବଜେଟକୁ ଯୋଡ଼ି ଦେଲେ ମଧ୍ୟ ଅଧିକ। ଏହା ସତ୍ଵେ ବି ଚୀନ ଓ ରୁଷଠୁ ବିପଦ ଥିବା ନେଇ ଆସିଥିବା ରିପୋର୍ଟ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି।

Leave A Reply

Your email address will not be published.