ଲାଲୁ ପ୍ରସାଦ ଯାଦବ ଅସୁସ୍ଥ

0

ରାଞ୍ଚି,୩/୧: ଆର୍‌ଜେଡି ମୁଖ୍ୟ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି। ଯାହା ଡାକ୍ତରଙ୍କ ଚିନ୍ତାର କାରଣ ପାଲଟିଛି। ରିମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲାଲୁ ଯାଦବଙ୍କ ୟୁରିନ୍‌ ଇନଫେକ୍ସନ୍‌ ହେବା ଫଳରେ ପରିସ୍ରାରେ ରକ୍ତ ପଡୁଥିବା କୁହାଯାଉଛି। ତେଣୁ ଡାକ୍ତମାନେ ତାଙ୍କ ଖାଦ୍ୟ ପାନୀୟ ଉପରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି। ସୂଚନାଯୋଗ୍ୟ, ଗୋଖାଦ୍ୟ ଦୁର୍ନିତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ଲାଲୁ ଅସୁସ୍ଥତା କାରଣରୁ କିଛିଦିନ ହେବ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

SBI AD
Leave A Reply

Your email address will not be published.