ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ପୁରୀ ଗସ୍ତ

0

ଭୁବନେଶ୍ବର,୩୧/୫ : ‘ଫନି’ ବାତ୍ୟାରେ ନଷ୍ଟ ହୋଇଥିବା ବିଦ୍ୟୁତ ଭିତ୍ତିଭୂମି ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ନେଇ ପୁରୀରେ ସମୀକ୍ଷା କରିବେ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର। ସେଥିପାଇଁ ଆସନ୍ତା କାଲି ସେ ପୁରୀ ଗସ୍ତ କରିବା ସହ କାମର ଅଗ୍ରଗତି ନେଇ ସମୀକ୍ଷା କରିବେ।

ଖୋଦ ମନ୍ତ୍ରୀ ଶ୍ରୀ ମିଶ୍ର ଏ ନେଇ କହିଛନ୍ତି, ବାତ୍ୟାରେ ପ୍ରଭାବିତ ୬ଟି ଜିଲ୍ଲାରେ ବିଦ୍ୟୁତ ଭିତ୍ତିଭୂମିର ବ୍ୟାପକ କ୍ଷତି ଘଟିଛି। ଅଧିକ ମାତ୍ରାରେ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାରେ ଏବେ ଯୁଦ୍ଧକାଳିନ ଭିତ୍ତିରେ ପୁନରୁଦ୍ଧାର କାର୍ଯ୍ୟ ଚାଲିଛି। ବିଦ୍ୟୁତ ସରବରାହ ପୁନଃଅବସ୍ଥାପିତ କରିବା ପାଇଁ ବିଭାଗର କର୍ମଚାରୀ ଓ ଅଫିସର ରାତି ଦିନ ଏକାଠି କରି ଲୋକଙ୍କ ପାଇଁ କାମ କରୁଥିବା ନେଇ ମନ୍ତ୍ରୀ ପ୍ରଶଂସା କରିଛନ୍ତି। ପୁରୀ ଗସ୍ତ ଅବସରରେ ସେ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟର ବାସ୍ତବ ସ୍ଥିତି ବିଷୟରେ ଅବଗତ ହେବା ସହ ଜିଲ୍ଲାର ସବୁ ଅଞ୍ଚଳକୁ ଯେପରି ଯଥାଶୀଘ୍ର ବିଦ୍ୟୁତ ସଂଯୋଗ ପୁଣି ଥରେ ମିଳିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.