ନୂଆଦିଲ୍ଲୀ,୧୨/୧୧: ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଅମିତ ଶାହା ମଧ୍ୟପ୍ରଦେଶରେ ଶିବରାଜ ସରକାରଙ୍କ ଖୁବ ପ୍ରସଂଶା କରିଛନ୍ତି। ଶାହା ଭିଡିଓ କନଫ୍ରେନସିଂ ମାଧ୍ୟମରେ ରାଜ୍ୟର ବୁଥ ସ୍ତରର କାର୍ଯ୍ୟକର୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ଦ୍ୱିତୀୟ ଥର ବିଜେପି ସରକାର ଆଣିବା ପାଇଁ ଏକଜୁଟ ହୋଇଯାଅ । ୨୦୧୮ ନିର୍ବାଚନ ସାଧାରଣ ନିର୍ବାଚନ ନୁହେଁ ବରଂ ୨୦୧୮ ନିର୍ବାଚନ ଜିତିବା ପରେ ଆମକୁ ୨୦୧୯ ଲୋକକସଭା ନିର୍ବାଚନ ପାଇଁ ଏକତ୍ର ହେବା ଦରକାର ।
ଶାହା କହିଛନ୍ତି, ଦେଶର ଜନତାଙ୍କୁ ଆମ କର୍ମକତାଙ୍କୁ କେବେ ନିରାଶ କରିବେ ନାହିଁ । ଏହା ଆମର ପ୍ରତିଶୃତି । ଦେଶକୁ ମହାନ କରିବା ପାଇଁ ଜରୁରୀ ଅଟେ କି, ଭାରତୀୟ ଜନତା ଦଳକୁ ଦୀର୍ଘ ଦିନ ଧରି ଶାସନରେ ରହିବା ଦରକାର । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି କି, ଏହି ନିର୍ବାଚନକୁ ଜନ ସର୍ମ୍ପକର ସଶକ୍ତ ଅଭିଯାନ କରନ୍ତୁ, ଘର ଘର ବୁଲି ଆମକୁ ଏହି ବର୍ତା ଲୋକମାନଙ୍କ ପାଖରେ ପହଂଚାଇବା ଦରକାର । ସରକାର ବିବାଦ କରିବା ନିମନ୍ତେ ହୋଇ ନଥାଏ । ଜନତାଙ୍କର ବିକାଶ କରିବା ପାଇଁ ହୋଇଥାଏ ।