ଶୀତଦିନିଆ ରୋଗ ଦୂରାଏ ଏସବୁ ଖାଦ୍ୟ

0

ଶୀତଋତୁ ଆରମ୍ଭ ହେବା ମାତ୍ରେ ସର୍ଦ୍ଦି, କାଶ ଏବଂ ଥଣ୍ଡା ଜ୍ୱର ଭଳି ସମସ୍ୟା ମଧ୍ୟ ଆରମ୍ଭ ହୋଇଯାଏ । ମୌସୁମୀ ବଦଳିବାର ସବୁଠୁାରୁ ଅଧିକ ପ୍ରଭାବ ଶିଶୁ ଏବଂ ବୃଦ୍ଧଙ୍କ ନିକିଟରେ ଦେଖାଦେଇଥାଏ । ତେବେ ଏହି ଋତୁରେ ଦେଖାଦେଉଥିବା ରୋଗଠାରୁ ମୁକ୍ତି ପାଇବା ପାଇଁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ କେତେକ ଖାଦ୍ୟ ନିୟମିତ ସେବନ କରିବା ଉଚିତ । ତେବେ ଆସ;ୁ ଜାଣିବା ସେସବୁ ଖାଦ୍ୟ ବିଷୟରେ ।
ଅଅଁଳା- ଭିଟାମିନରେ ଭରପୁର ଅଅଁଳା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ହିତକାର ହୋଇଥାଏ । ଅଅଁଳାରେ ଉପସ୍ଥିତ ପୁଷ୍ଟିସାର ଥଣ୍ଡାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଏଥିରେ ଉପସ୍ଥିତ ଭିଟାମିନ-ସି ଶରୀରର ପ୍ରତିରୋଧକାରୀ କ୍ଷମତାକୁ ମଜବୁତ କରିଥାଏ । ଏହା ବ୍ୟତୀତ ଏଥିରେ ଉପସ୍ଥିତ ଆଣ୍ଟି ଅକ୍ସିଡେଣ୍ଟ ଶରୀରରେ ଉପସ୍ଥିତ ହାନୀକାରକ ରସାୟନକୁ ବାହାର କରିଥାଏ ।
ପାଳଙ୍ଗ ସୁପ- ପାଳଙ୍ଗ ଶାଗକୁ ସବୁଜ ପରିବାଙ୍କ ମଧ୍ୟରେ ସର୍ବୋଚ୍ଚ ମନାଯାଇଥାଏ । ଏଥିରେ ପ୍ରୋଟିନ, ଭିଟାମିନ ଏବଂ ଆଇରନ ବ୍ୟତୀତ ଅନ୍ୟାନ୍ୟ ପୋଷକ ତତ୍ୱ ରହିଥାଏ । ପରିବା ସହ ପାଳଙ୍ଗ ସୁପ ପିଇବା ଦ୍ୱାରା ଶରୀରରେ ଜଳର ଅଭାବ ପୁରଣ ହୋଇଥାଏ ।
ଗାଜର- ଗାଜରରେ ଭିଟାମିନ ଏବଂ ମିନେରାଲର ଭରପୁର ମାତ୍ରାରେ ଉପସ୍ଥିତ ଥାଏ । ଏଥିରେ ଭିଟାମିନ-ଏ, ବି, ସି, କ୍ୟାଲସିୟମ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ, ଯାହା କଲେଷ୍ଟ୍ରଲ ଲେବଲକୁ ନିୟନ୍ତ୍ରଣରେ ରଖିଥାଏ । ପ୍ରତିଦିନ ଗାଜର ଜୁସ ପିଇବା ଦ୍ୱାରା ଥଣ୍ଡା ଏବଂ ସର୍ଦ୍ଦିରୁ ମୁକ୍ତି ମିଳିଥାଏ । ଗାଜର ଜୁସ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇଥାଏ । ଯାହା ଦ୍ୱାରା ଆପଣ ବ୍ୟାକେଫରିଆ ଏବଂ ଭାଇରସର ସଂକ୍ରମଣରୁ ରକ୍ଷା ପାଇ ପାରିବେ ।
ବିଟ୍‌ – ବିଟ୍‌ ଶରୀରରେ ସକ୍ତର ମାତ୍ରା ବଢାଇବାରେ ସାହାଯ୍ୟ କରିଥାଏ । ଏଥିରେ ଭିଟାମିନର ମାତ୍ରା ପ୍ରଚୁର ରହିଥାଏ । ଏହାର ନିୟମିତ ସେବନ ଦ୍ୱାରା ଶରୀରରେ ଭିଟାମିନ-ଏ, ବି, ବି ୧ , ବି୨, ବି୬ ଏବଂ ଭିଟାମିନ ସିର ଅଭାବ ଦେଖା ଦେଇ ନଥାଏ ।

Leave A Reply

Your email address will not be published.