ଶୀତଦିନେ ହୃଦଘାତ ଆଶଙ୍କା ଅଧିକ

0

ଶୀତଦିନେ ସାଧାରଣତଃ ଥଣ୍ଡା, କାଶ, ଜ୍ୱର ଓ ଗଳା ସଂକ୍ରମଣ ଆଦି ସମସ୍ୟା ଦେଖାଯାଏ । ଏହାଛଡ଼ା ଶୀତଦିନେ ଆଉ ଏକ ରୋଗର ଅଧିକ ଆଶଙ୍କା ରହିଥାଏ ତାହା ହେଲା ହାର୍ଟ ଆଟାକ୍‌ ବା ହୃଦ୍‌ଘାତ । ନୂଆଦିଲ୍ଲୀ ସ୍ଥିତ ପିଏସ୍‌ ଏ ଆର ଆଇ ହସ୍ପିଟାଲ ପକ୍ଷରୁ କରାଯାଇଥିବା ଏକ ଗବେଷଣାରେ ଏକଥା ସାମ୍ନାକୁ ଆସିଛିଛ ଏହି ହସ୍ପିଟାଲର ନ୍ୟୁରୋ ସାଇନ୍ସ ବିଭାଗର ଡାକ୍ତର ଅମିତ ବାସ୍ତବଙ୍କ କହିବା ଅନୁଯାୟୀ, ଶୀତ ଋତୁରେ ସମସ୍ତ ପ୍ରକାର ଷ୍ଟ୍ରୋକ୍‌ ଅଧିକ ମାତ୍ରାରେ ପରିଲକ୍ଷିତ ହୋଇଥାଏ । ଗବେଷଣାରୁ ଜଣାଯାଇଛି ଯେ, ଗ୍ରୀଷ୍ମ ଋତୁ ତୁଳନାରେ ଶୀତ ଋତୁରେ ହୃଦଘାତର ଆଶଙ୍କା ଅଧିକ ଥାଏ । କାରଣ ଏହି ଋତୁରେ ଅଧିକ ଶୀତ ଅନୁଭୂତ ହେବା ଫଳରେ ରକ୍ତ ଏକଦମ୍‌ ଗାଢ଼ା ହେବାରେ ଲାଗିଥାଏ । ଏହାଫଳରେ ଶୀଘ୍ର ଥMା ଲାଗିଥାଏ । ଅଧିକାଂଶ ହୃଦଘାତ କେବଳ ଏହି କ୍ଳାନ୍ତି ଯୋଗୁଁ ହୋଇଥାଏ । ଏହା ମସ୍ତିଷ୍କର ରକ୍ତ ପ୍ରବାହକୁ ବ୍ଲକ୍‌ କରି ଦେଇଥାଏ ।

Leave A Reply

Your email address will not be published.