ଶୈବପୀଠରେ ବିଶେଷ ପୂଜାର୍ଚ୍ଚନା କଲେ ମୁସଲିମ ମନ୍ତ୍ରୀ

0

ଜୟପୁର, ୨/୧: ରାଜସ୍ଥାନର ଗହଲୋଟ ସରକାରଙ୍କ ମନ୍ତ୍ରୀ ସାଲେହ ମୋହମ୍ମଦ ଜୈସଲମିର ଜିଲ୍ଲା ପୋଖରନସ୍ଥିତ ଶିବ ମନ୍ଦିରରେ ରବିବାର ରୁଦ୍ରାଭିଷେକ କରିବା ସହ ବିଶେଷ ପୂଜାର୍ଚ୍ଚନା କରିଛନ୍ତି । ପୋଖରନ ନିର୍ବାଚନ ମଣ୍ଡଳୀରୁ ବିଧାୟକ ତଥା ମୁସଲିମ୍‌ ଧର୍ମଗୁରୁ ଗାଜି ଫକିରଙ୍କୁ ପୁଅ ସାଲେହ ମୋହମ୍ମଦ ଗେହଲଟ କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେବା ପରେ ରବିବାର ପ୍ରଥମ ଥର ଲାଗି ପୋଖରନ ପହଁଚିଥିଲେ । ତେବେ ମନ୍ତ୍ରୀଙ୍କ ହଠାତ୍‌ ଆଗମନ ଏବଂ ମନ୍ଦିରରେ ପୂଜାର୍ଚ୍ଚନା କରିବା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ । ଶିବ ମନ୍ଦିରର ପୂଜକ ମଧୁ ଚଙ୍ଗାନୀ ଏହି ଘଟଣାର ପୃଷ୍ଟି କରିଛନ୍ତି । ଏହା ମୋହମ୍ମଦଙ୍କ ପ୍ରଥମ ମନ୍ଦିର ଦର୍ଶନ ନୁହେଁ ବରଂ ନିର୍ବାଚନ ସମୟରେ ସେ ଏଠାକୁ ଯିବା ଆସିବା କରନ୍ତି । ମୋହମ୍ମଦଙ୍କ ଏହି ମନ୍ଦିର ସହ କିଛି ଖାସ ସମ୍ପର୍କ ରହିଛି ବୋଲି ସେ କହିଛନ୍ତି । ସେ ହିନ୍ଦୁ ରୀତି-ନୀତି ଅନୁସାରେ ପ୍ରାୟ ଅଧ ଘଣ୍ଟା ଧରି ବିଶେଷ ପୂଜାର୍ଚ୍ଚନା କରିଛନ୍ତି । ସେ ଭଗବାନ ଶିବଙ୍କୁ ଜଳାଭିଷେଖ କରିବା ପରେ କ୍ଷୀର, ମହୁ ଆଦି ସାମଗ୍ରୀ ଅର୍ପଣ କରିଥିଲେ ।

Leave A Reply

Your email address will not be published.