ଶ୍ରୀମନ୍ଦିରରେ ସେଲ୍‌ଫି ନେଇ ଦଣ୍ଡିତ ହେଲେ ଯବାନ୍‌

0

ପୁରୀ, ୨/୧: ଶ୍ରୀମନ୍ଦିରରେ ସେଲ୍‌ଫି ଉଠାଇବା ୪ ଜଣ ଯବାନଙ୍କୁ ମହଙ୍ଗା ପଡ଼ିଛି । ଜାନୁଆରି ପହିଲାରେ ଶ୍ରୀମନ୍ଦିରରେ ପ୍ରବଳ ଜନଗହଳି ହୋଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ନିୟୋଜିତ ହୋଇଥିବା ଯବାନଙ୍କ ମଧ୍ୟରୁ ୪ ଜଣ ମୋବାଇଲରେ ଭିତର ବେଢ଼ାରେ ସେଲ୍‌ଫି ନେଇଥିଳେ । ମନ୍ଦିର ପ୍ରଶାସନ ଅଧିକାରୀଙ୍କ ନଜରକୁ ଏହା ଆସିବା ପରେ ଉକ୍ତ ୪ ଜଣ ଯବାନ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ।
ଗତ ସପ୍ତାହକ ମଧ୍ୟରେ ଶ୍ରୀମନ୍ଦିର ଓ ସିଂହଦ୍ୱାର ନିକଟରେ ବିଭିନ୍ନ କାର୍ଯ୍ୟକଳାପକୁ ନେଇ ପୁଲିସ ଚର୍ଚ୍ଚାରେ ରହିଛି । ଭିତରଚ୍ଛଙ୍କୁ ଆକ୍ରମଣ, ନାବାଳିକାଙ୍କୁ ଅସଦାଚରଣ, ନିଶା ଖାଇ ଶ୍ରୀମନ୍ଦିରରେ ଡ୍ୟୁଟି କରିବା ଘଟଣାରେ ପୁଲିସକୁ ନିନ୍ଦିତ ହେବାକୁ ପଡିଛି । ଗତବର୍ଷ ଶ୍ରାଦ୍ଧ କରୁଥିବା ବେଳେ ଜଣେ ପୁଲିସ ଅଫିସର ଶ୍ରୀମନ୍ଦିର ଫଟୋ ଭାଇରାଲ କରି ସସ୍ପେଣ୍ଡ ହୋଇଥିବା ବେଳେ ନୂଆବର୍ଷର ପ୍ରଥମ ଦିନରେ ସେଲ୍‌ଫି ଉଠାଇ ଯବାନମାନେ ଜୋରିମାନା ଗଣିଛନ୍ତି ।

Leave A Reply

Your email address will not be published.