ବଲିଉଡ଼ର ଲୋକପ୍ରିୟ ହାସ୍ୟ ଅଭିନେତା ରାଜ୍ପାଲ୍ ୟାଦବ୍ ବର୍ତ୍ତମାନ ଅଡୁଆରେ ପଡିଯାଇଛନ୍ତି । ଚେକ୍ ବାଉନ୍ସ ହେବା ଅଭିଯୋଗରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଅଭିନେତା ରାଜ୍ପାଲ୍ ୟାଦବ୍ଙ୍କୁ ତିନି ମାସର ଜେଲ୍ଦଣ୍ଡ ଦେଇଛନ୍ତି । ମିଳିଥିବା ଖବର ମୁତାବକ, ଅଭିନେତା ରାଜ୍ପାଲ୍ ଫିଲ୍ମ ନିର୍ମାଣ କରିବା ପାଇଁ ୫ କୋଟି ଟଙ୍କା ଋଣ ନେଇଥିଲେ । ନିର୍ଦ୍ଧାରିତ ସମୟ ମଧ୍ୟରେ ଉକ୍ତ ରାଶୀ ପଇଠ କରିବାରେ ଅସଫଳ ହୋଇଥିଲେ । ଯେଉଁଥିପାଇଁ ଟ୍ରାଏଲ କୋର୍ଟ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ଜେଲ୍ ଦଣ୍ଡ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ, ରାଜ୍ପାଲ୍ଙ୍କ ଏହି ମାମଲା ଫିଲ୍ମ ‘ଆତା ପତା ଲାପତା’ ସହ ଜଡ଼ିତ, ଯାହାକୁ ରାଜ୍ପାଲ୍ ୟାଦବ୍ ପ୍ରଯୋଜନା କରିଥିଲେ । ଏହି ଫିଲ୍ମର ନିର୍ମାଣ ପାଇଁ ରାଜ୍ପାଲ୍ ୟାଦବ୍ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଠାରୁ ୫ କୋଟି ଟଙ୍କା ଋଣ ଆକାରରେ ନେଇଥିଲେ । ସେ ନିର୍ମାଣ କରିଥିବା ଫିଲ୍ମ ମୁକ୍ତିଲାଭ କରିବା ସହିତ ଏହା ଫ୍ଲପ୍ ହୋଇଥିଲା । କିନ୍ତୁ ରାଜ୍ପାଲ୍ ଉକ୍ତ ବ୍ୟବସାୟୀଙ୍କ ଋଣ ନସୁଝିବାରୁ ବ୍ୟବସାୟୀ ଜଣକ ପୋଲିସ୍ର ସହାୟତ ଲୋଡିଥିଲେ । ବିଶେଷ କଥା ହେଉଛି, ବ୍ୟବସାୟୀ ରାଜ୍ପାଲ୍ଙ୍କ ସମେତ ତାଙ୍କ ସ୍ତ୍ରୀ ଏବଂ କମ୍ପାନୀ ବିରୋଧରେ ଅଭିଯୋଗ ପତ୍ର ଦାଏର୍ କରିଥିଲେ ।