୧୯୯୪ସମିହାରେ ନିର୍ମିତ ଫିଲ୍ମ ‘ଅନ୍ଦାଜ ଅପ୍ନା ଆପ୍ନା’ର ତିଆରି ହେବ ଦ୍ୱିତୀୟ ସଂସ୍କରଣ । ଯାହାକୁ ନିର୍ଦ୍ଦେଶନାଦେବେ ରୋହିତ ସେଟ୍ଟୀ । ଏ ଫିଲ୍ମ ନେଇ ନିକଟରେ ଏକ ସାକ୍ଷାତ କାରରେ ନିର୍ଦ୍ଦେଶକ ରୋହିତ କହିଛନ୍ତି ‘ମୁଁ ଏହି ସିକେ୍ୱଲ୍ରେ ବଲିଉଡ୍ର ଦୁଇ ରଣବୀରଙ୍କ ସହ କାମ କରିବାକୁ ଚାହୁଁଛି’ । ତେବେ ଏ ସୂଚନା ଉପରେ ରଣବୀର କପୁର ଓ ରଣବୀର ସିଂହ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ‘ଅନ୍ଦାଜ ଅପ୍ନା ଆପ୍ନା’ର ଦ୍ୱିତୀୟ ସଂସ୍କରଣ ପାଇଁ ରଣବୀର କପୁର ଉତ୍ସାହିତ ଥିବାବେଳେ ଏହା ଏକ କଠିନ କାମ ବୋଲି କହିଛନ୍ତି ରଣବୀର ସିଂହ । ଫିଲ୍ମର ପ୍ରଥମ ସଂସ୍କରଣରେ ବଲିଉଡ୍ ଇଣ୍ଡଷ୍ଟି୍ରର ଦୁଇ ଆଗଧାଡିର କଳାକାର ସଲମାନ ଖାନ୍ ଓ ଅମିର ଖାନ୍ କାମ କରିଥିଲେ । କିନ୍ତୁ ଦୁଇ ଖାନ୍ଙ୍କ ଅଭିନୟ ଦର୍ଶକମାନଙ୍କ ମନକୁ ସେତେ ସୁହାଇନଥିଲା । ବର୍ତ୍ତମାନ ରଣବୀର ସିଂହଙ୍କ ‘ସିମ୍ବା’ ପ୍ରେକ୍ଷାଳୟରେ ଦର୍ଶକଙ୍କୁ ମନୋରଞ୍ଜିତ କରୁଥିବାବେଳେ ରଣବୀର କପୁରଙ୍କ ଫିଲ୍ମ‘ବ୍ରହ୍ମାସ୍ତ୍ର’ ଏବେ ରିଲିଜ ଅପେକ୍ଷାରେ । ରଣବୀରଙ୍କ ଅପ୍କମିଂ ଫିଲ୍ମରେ ଆଲିଆ ଓ ରଣବୀରଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବା ସହ ପରଦାରେ ଏମାନଙ୍କ ସହ ବଲିଉଡ୍ ବିଗ୍ ବି ଅମିତାଭ ବଚ୍ଚନ ସ୍କ୍ରିନ ସେୟାର କରିଛନ୍ତି ।