ନୂଆଦିଲ୍ଲୀ, ୨୦/୧୨ : ସିଭିଲ ସର୍ଭିସ ପରୀକ୍ଷା ପାଇଁ ସାଧାରଣ ବର୍ଗ ଆଶାୟୀଙ୍କ ସର୍ବୋଚ୍ଚ ବୟସ ସୀମା ୩୦ରୁ ୨୭ ବର୍ଷକୁ ହ ୍ରାସ କରିବା ପାଇଁ ନୀତି ଆୟୋଗ ତରଫରୁ ପ୍ରସ୍ତାବ ଦିଆଯାଇଛି । ୨୦୨୨-୨୩ ମସିହା ସୁଦ୍ଧା ଏହି ପ୍ରସ୍ତାବ ଲାଗୁ ହେବା ଉଚିତ ବୋଲି ନୀତି ଆୟୋଗ ପକ୍ଷରୁ କୁହାଯାଇଛି । ଏହା ସହିତ ସମସ୍ତ ସିଭିଲ ସର୍ଭିସ ପରୀକ୍ଷା ଗୋଟିଏ ଥରରେ ଆୟୋଜନ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି ।
ସମସ୍ତ ସେବାରେ ଭର୍ତ୍ତି ପାଇଁ ସେଣ୍ଟ୍ରାଲ ଟେଲେଣ୍ଟ ପୁଲ ଗଠନ କରିବାକୁ ନୀତି ଆୟୋଗ ପରାମର୍ଶ ଦେଇଛନ୍ତି । ଏଥିରେ ପ୍ରାର୍ଥୀ ନିଜର ଦକ୍ଷତା ଅନୁସାରେ ବିଭିନ୍ନ ସେବା ପାଇଁ ପରୀକ୍ଷା ଦେଇପାରିବେ ।
‘ଷ୍ଟ୍ରାଟେଜି ଫର ନ୍ୟୁ ଇଣ୍ଡିଆ ୭୫’ ନାମକ ଏହି ରିପୋର୍ଟରେ କୁହାଯାଇଛି କି, ଚାକିରର ପ୍ରାସଙ୍ଗିକତା ଏବଂ ସମାନତା ଜରିଆରେ ସିଭିଲ୍ ସର୍ଭିସର ସଂଖ୍ୟା କମାଇ ଦିଆଯାଉ । ଏହା ବ୍ୟତୀତ ଚାକିରିଆମାନଙ୍କୁ ଉଚ୍ଚସ୍ତରରେ ବିଶେଷଜ୍ଞଙ୍କ ଲେଟରାଲ ଏଣ୍ଟ୍ରିକୁ ମଧ୍ୟ ବାଇ ଦିଆଯିବା ଆବଶ୍ୟକ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଏହି ପ୍ରସ୍ତାବ ଏଥି ପାଇଁ ଦିଆଯାଇଛି କାରଣ ବର୍ତ୍ତମାନ ଜାତୀୟ ସ୍ତରରେ ଏବଂ ପ୍ରାଦେଶିକ ସ୍ତରରେ ୬୦ ପ୍ରକାରର ପ୍ରଶାସନିକ ସେବା ରହିଛି । ବର୍ତ୍ତମାନ ଭାରତର ଏକ ତୃତୀୟାଂଶରୁ ଅଧିକ ଲୋକଙ୍କ ବୟସ ୩୫ ବର୍ଷରୁ କମ ଏବଂ ସିଭିଲ ସେବାରେ ଚୟନ ହେଉଥିବା ପ୍ରାର୍ଥୀଙ୍କ ବୟସ ସାଢ଼େ ୨୫ ବର୍ଷ ।
Prev Post
Next Post