ଭୋପାଳ,୧୪/୧୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ସୋମବାର କମଳ ନାଥ ସ୍ଥାନୀୟ ଲାଲ ପରେଡ଼ ପଡ଼ିଆରେ ଅପରାହ୍ନ ୧ଟା ୩୦ରେ ଶପଥ ନେବେ। ଶୁକ୍ରବାର ସେ କଡ଼ାସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲଙ୍କୁ ସରକାର ଗଠନ ପାଇଁ ଆବଶ୍ୟକ ବିଧାୟକଙ୍କ ତାଲିକା ପ୍ରଦାନ କରିଛନ୍ତି। ତାଙ୍କ ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆ, ରାଜ୍ୟ ପ୍ରଭାରୀ ଦୀପକ ବାଓ୍ବରିଆ, ଅରୁଣ ଯାଦବ ପ୍ରମୁଖ ରାଜ୍ୟପାଳଙ୍କୁ ଭେଟିଛନ୍ତି। କମଳଙ୍କ ସହିତ କେତେ ଜଣ ମନ୍ତ୍ରୀ ଶପଥ ନେବେ ତାହା ସ୍ପଷ୍ଟ ହୋଇନାହିଁ। ଶପଥ ଗ୍ରହଣ ଉତ୍ସବରେ ରାହୁଳ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ଅନେକ ନେତା ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି।