ଭାରତ ସ୍ୱାଧିନ ହେବା ପୂର୍ବର କାହାଣୀ ଉପରେ ଆଧାରିତ ‘କଲଙ୍କ’ । ଗୋଟିଏ ସଂଯୁକ୍ତ ରାଜ ପରିବାରକୁ ନେଇ ନିର୍ମାଣ କରାଯାଇଛି ଏହି ଫିଲ୍ମ । ଫିଲ୍ମର ଅନ୍ୟ ଚରିତ୍ର ରୂପ ଓ ଜାଫରର ପ୍ରେମ କାହାଣୀକୁ ସିନେମାରେ ଦର୍ଷେଇଛନ୍ତି ନିର୍ଦ୍ଦେଶକ ଅଭିଷେକ । କିନ୍ତୁ ପ୍ରେମ କାହାଣୀରେ ଦିଆ ଯାଉଛି ହିନ୍ଦୁ, ମୁସଲିମ୍ ଓ ଜିହାଦ ଧର୍ମ ତଳେ ପୋତି ହୋଇଯାଉଛି ଯାହା ଫଳରେ ଏମାନଙ୍କ ପ୍ରେମ କାହାଣୀ ସଫଳ ହୋଇପାରୁ ନାହିଁ । ରୂପ ଶେଷରେ ଦେବ ଚୌଧୁରୀ ଅର୍ଥାତ୍ ଆଦିତ୍ୟ ରାୟ କପୁରଙ୍କୁ ବିବାହ କରିବାର ନିଷ୍ପତି ନେଇଯାନ୍ତି । ପୂର୍ବରୁ ବିବାହିତ ଦେବ ରୂପଙ୍କୁ ବିବାହ କରିବା ପରେ ଆରମ୍ଭ ହୁଏ ଏମାନଙ୍କ ଭିତରେ ତ୍ରିକୋଣୀୟ ପ୍ରେମ କାହାଣୀ । ନିର୍ଦ୍ଦେଶକ ଅଭିଷେକ ଓ ପ୍ରଯୋଜକ କରଣ ଜୋହର ଫିଲ୍ମର ସିନ୍ ପାଇଁ ଖୁବ୍ ସୁନ୍ଦର ଲୋକେସନ୍ ସବୁ ବାଛିଛନ୍ତି ଯାହା ଫଳରେ ପରାଦାରେ ସିନ୍ ଗୁଡିକ ସୁìନ୍ଦର ଦେଖାଯିବ ସହ ଦର୍ଶକ ବଡ଼ପରଦାରେ ଏହାର ଚିତ୍ର ଦେଖଇବାକୁ ପସନ୍ଦ କରିବେ । ପ୍ରଜୋଯକଙ୍କ କହିବା ଅନୁସାରେ ଦୀର୍ଘ ୧୫ ବର୍ଷ ପୂର୍ବରୁ ସେ ଏପରି ତ୍ରିକୋଣୀୟ ପ୍ରେମ କାହାଣୀ ତିଆରି କରିବାର ସ୍ୱପ୍ନ ଦେଖୁଥିଲେ । ବରୁଣ ଧୱନ, ଆଲିଆ ଭଟ୍ଟ, ଆଦିତ୍ୟ ରାୟ କପୁର, ମାଧୁରୀ ଦୀକ୍ଷିତ, ସଂଜୟ ଦତ୍ତ ଆଦି କଳାକାର ଫିଲ୍ମରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିବାବେଳେ କିୟାରା ଆଢ଼ବାଣୀ ଓ କୃତି ସେନନ୍ ଗେଷ୍ଟ କଳାକାର ସାଜିଛନ୍ତି । ୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଏହି ଫିଲ୍ମଟି ସର୍ବମୋଟ ୫୩୦୦ ସିନୋମାଘରେ ରିଳିଜ୍ କରାଯାଇଛି । ‘କଲଙ୍କ’ ହେଉଛି ଆଲିଆ ଭଟ୍ଟ ଓ ବରୁଣଙ୍କ ପ୍ରଥମ ଫିଲ୍ମ ଯାହା ସର୍ବଧିକ ସିନେମାଘରେ ରିଲିଜ୍ କରାଯାଇଛି । ଚଳିତ ଶୁକ୍ରବାର ଗୁଡ୍ ଫ୍ରାଇଡ଼େ ହେବା କାରଣରୁ ଫିଲ୍ମଟିକୁ ଶୁକ୍ରବାର ବଦଳେ ବୁଧବାର ରିଲିଜ୍ କରାଯାଇଛି ।
ଫିଲ୍ମ ପାଇଁ କରନ ପ୍ରଥମେ ଶ୍ରୀଦେବୀଙ୍କୁ ବାଛିଥିଲେ କିନ୍ତୁ ଶ୍ରୀଦେବୀଙ୍କ ନିଧନ ହେବା କାରଣରୁ ଶ୍ରୀଦେବୀଙ୍କ ଜାଗାରେ କରଣ ମାଧୁରୀଙ୍କୁ ଫିଲ୍ମ ପାଇଁ ସାଇନ୍ କଲେ । ସେପଟେ ମାଧୁରୀ ଓ ସଂଜୟଙ୍କୁ ପ୍ରାୟ ୨୧ ବର୍ଷ ପରେ ବଡ଼ପରଦାରେ ଦେଖିବାର ସୁଯୋଗ ପାଇଛନ୍ତି ।
Prev Post
Next Post