ସ୍ୱାସ୍ଥ୍ୟ ଉପକାରୀ କଲରା

0

ଆମେ ସମସ୍ତେ ଜାଣିଛେ କଲରାରେ ବହୁ ପରିମାଣର ଭିଟାମିନ୍‌ ମହଜୁତ୍‌ ରହିଥାଏ, ଯାହାଦ୍ୱାରା ଏହାକୁ ପ୍ରତିଦିନ ଖାଦ୍ୟରେ ସାମିଲ୍‌ ଆମକୁ ଅନେକ ପ୍ରକାରର ରୋଗରୁ ଉପଶମ ମିଳିଥାଏ ।
ମଧୁମେହ-ମଧୁମେହ ହୋଇଥିଲେ, ଦୈðନିକ ୨୦ଗ୍ରାମ୍‌ କଲରା ରସ ସକାଳେ ଖାଲିପେଟରେ ପିଇଲେ ୧ ମାସ ମଧ୍ୟରେ ମୂତ୍ର ଶର୍କରା ଓ ରକ୍ତ ଶର୍କରା ନିୟନ୍ତ୍ରଣ ହୁଏ ।
ଗଣwିବାତ-କଲରାକୁ ଚାଞ୍ଛି ଏହାର ଶେଷ ଭାଗକୁ ନିଆଁରେ ରଖି ପୋଡ଼ିବ । ଶିଝିଗଲାପରେ ଏହାକୁ ବାହାର କରି ଛେଚି ସେଥିରେ ଟିକେ ଚିନି ମିଶାଇ ରୋଗୀଙ୍କୁ ଗରମ ଗରମ ଖୁଆଇ ଦେବେ । ପ୍ରତିଥର ୧୦ଗ୍ରାମ୍‌ ଲେଖାଏ ଖାଇବାକୁ ଦିଅ;ୁ । ଏହିପରି ଭାବରେ ରୋଗୀକୁ ୧୦ଦିନ ପର୍ଯ୍ୟନ୍ତ ଖୁଆଇବ । ଏହାଦ୍ୱାରା ସ୍ନାୟୁଗତ ବାତ, ସନ୍ଧିବାତ ଆଦିରେ ବିଶେଷ ଲାଭ ହୁଏ ଏବଂ ପୀଡ଼ାସ୍ଥାନରେ କଲରାର ରସ ବାହାର କରି ଲେପ କରୁଥିବେ ।
ଅନ୍ଧାରକଣା-ଏହାର ରସରେ ଗୋଲମରିଚ ଘୋରି ଆଖିର ଉପର ଓ ତଳ ପତାରେ ଲଗାଇଲେ ଭଲ ହୁଏ ।
ବାନ୍ତି ହେଉଥିଲେ-କଲାରର ୨/୩ଟି ମଞ୍ଜି ସମଭାଗରେ ଗୋଲମରିଚ ସହିତ ଶିଳରେ ବାଟି ଅଳ୍ପ ପାଣିରେ ମିଶାଇ ଛାଣି ଟିକେ ଟିକେ ପିଆଇଲେ ପିଲାମାନଙ୍କର ଆଉ ବାନ୍ତି ହେବ ନାହିଁ ।

Leave A Reply

Your email address will not be published.