ଭୁବନେଶ୍ୱର,୧୮/୧୧: ହକି ବିଶ୍ୱକପ ଉଦଘାଟନୀ ମ୍ୟାଚ ପାଇଁ ଆସନ୍ତା ୨୦ ତାରିଖରୁ ଅନଲାଇନରେ ଟିକେଟ ମିଳିବ । ଏନେଇ ଟ୍ୱିଟ ଯୋଗେ ହକି ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ୱିଟରେ କୁହାଯାଇଛି କି, ଉଭୟ ୨୭ ଏବଂ ୨୮ ତାରିଖରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଅନଲାଇନରେ ଟିକେଟ କିଣିହେବ । ଏହା ୨୦ ତାରିଖ ଦିନ ୧୨ଟା ପରେ ଉପଲବ୍ଧ ହେବ । ଦର୍ଶକମାନେ ଅନଲାଇନ ଯୋଗେ ଟିକେଟ ବୁକ କରିପାରିବେ । ଏହାପରେ ସେମାନେ ୨୨ ତାରିଖରେ କାଉଂଟରରୁ ଟିକେଟ ସଂଗ୍ରହ କରିବେ ବୋଲି ଘୋଷଣା କରିଛି ହକି ଇଣ୍ଡିଆ ।