ଦୀର୍ଘ ୧୯ ବର୍ଷର ବ୍ୟବଧାନ ପରେ ସଂଜୟ ଲିଲା ବଂଶାଲୀ ଓ ସଲମାନ ଖାନ୍ ଏକାଠି କାମ କରିବାକୁ ଯାଉଛନ୍ତି । ଦୁହେଁ ମିଶି ଏକ ନୂଆ ରୋମାଣ୍ଟିକ ଫିଲ୍ମ ପ୍ରସ୍ତୁତିରେ ଲାଗିଛନ୍ତି । ତେବେ ଏହି ଫିଲ୍ମରେ ସଂଜୟ ନାୟିକା ଭାବେ ବାଛିଛନ୍ତି ଐଶ୍ୱର୍ଯ୍ୟା ରାଏ ବଚ୍ଚନଙ୍କୁ । ନାୟକ ସଲମାନ କିନ୍ତୁ ପିଲ୍ମ ପାଇଁ ଚୟନ କରିଛନ୍ତି କ୍ୟାଟ୍ରିନା କୈଫଙ୍କୁ । ସଲମାନଙ୍କ ସଂଜୟ ଏକାଠି ହେବାକୁ ନେଇ ବଂଶାଲୀ ପ୍ରଡକ୍ସନ ହାଉସ୍ର ସିଇଓ ପ୍ରେରଣା ସିଂ ସୂଚନା ଦେଇଛନ୍ିତ । ସେ କହିଛନ୍ତି ‘ସଂଜୟ ଓ ସଲମାନ ବଲିଉଡ୍ର ନାଁ କରା ନିର୍ଦ୍ଦେଶକ ଓ ନାଁକରା ନାୟକ ଦୀର୍ଘ ୧୯ ବର୍ଷ ପରେ ଏକାଠି ହେବାକୁ ଯାଉଛନ୍ତି ।’ ଯଦିଓ ସଲମାନ ଐଶ୍ୱର୍ଯ୍ୟାଙ୍କ ସହ କାମ କରିବାକୁ ନାପସନ୍ଦ କରନ୍ତି ତେବେ ଐଶ୍ୱର୍ଯ୍ୟାଙ୍କ ପଛକୁ ଅଛି ଦୀପିକାଙ୍କ ନାଁ । ସମସ୍ତେ ଜାଣିଛନ୍ତି ସଂଜୟ ଓ ଦୀପିକାଙ୍କ ସମ୍ପର୍କ ଖୁବ୍ ନିବିଡ଼ । ଦୀପିକା ବଂଶାଲୀ ପ୍ରଡକ୍ସନ ହାଉସ୍କୁ ଦୁଇ ଦୁଇଟି ହିଟ୍ ଫିଲ୍ମ ଦେଇସାରିଛନ୍ତି । କେବଳ କ୍ୟାଟ୍ରିନାଙ୍କ ନାଁ ନୁହେଁ ସଲମାନ ଅନୁଷ୍କା ଶର୍ମା, ଆଲିଆ ଓ ଜହ୍ନବୀଙ୍କ ନାଁ ବଂଶାଲୀଙ୍କୁ ସୁପାରିସ୍ କରିଥିଲେ । ଆଲିଆ ଓ ଜାହ୍ନବୀଙ୍କ କଥା କହି ସଂଜୟ କହିଥିଲେ ଯେ ଏମାନେ ସଲମାନଙ୍କଠାରୁ ବହୁତ ସାନ ଅଛନ୍ତି । ସଲମାନ ଓ ଏମାନଙ୍କ ଯୋଡ଼ି ଖାପା ଖାଇବ ନାହିଁ । ସଂଜୟ କିନ୍ତୁ ଚାହୁଁଛନ୍ତି ବଡ଼ ପରଦାରେ ସଲମାନ ଓ ଐଶ୍ୱର୍ଯ୍ୟାଙ୍କ ଲଭ୍ କେମେଷ୍ଟ୍ରୀକୁ ପୁଣି ଦର୍ଶକଙ୍କ ପାଖରେ ପହଞ୍ଚାଇବାକୁ । ସେଥି ପାଇଁ ସଂଜୟ ‘ହମ୍ ଦୀଲ୍ ଦେ ଚୁକେ ସନମ ୨’ ଫିଲ୍ମର ଅଂଶ ପାଲଟିବା ପାଇଁ ଐଶ୍ୱର୍ଯ୍ୟାଙ୍କୁ ବାଛିଛନ୍ତି । ତେବେ ଏ ନେଇ ବଚ୍ଚନ ବୋହୂଙ୍କର କୌଣସି ପ୍ରତିକ୍ରିୟା ଶୁଣିବାକୁ ମିଳି ନାହିଁ । ଆଗାମୀ ଦିନଗୁଡ଼ିକରେ ଜଣା ପଡ଼ିବ ସଂଜୟଙ୍କ ଇଚ୍ଛା ପୂରଣ ହେଉଛି କି ନାହିଁ ।