ଛମା ଛମା ଗର୍ଲ ଉର୍ମିଳା ମାତୋଣ୍ଡକର ବଲିଉଡ୍ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ନିଜର ଅଭିନୟ ଓ ଲଟ୍କା-ଝଟକାରେ ସେ ସିନେପ୍ରେମୀଙ୍କୁ ପାଗଳ ବନେଇ ଦେଇଥିଲେ । ଉର୍ମିଳା ନିଜ ପରସନାଲ୍ ଲାଇଫ୍କୁ ନେଇ ପ୍ରାୟ ସମୟ ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ଉର୍ମିଳା ଅଭିନୟ ଜଗତରୁ ସନ୍ୟାସ ନେଇ ଯାଇଛନ୍ତି । ଉର୍ମିଳାଙ୍କୁ ଆଉ କୌଣସି ଫିଲ୍ମରେ ଦେଖିପାରୁ ନାହାନ୍ତି ତାଙ୍କ ପ୍ରଶଂସକ । ବିଶେଷ ସୂତ୍ର ଅନୁସାରେ କୁହାଯାଉଛି ଯେ ଉର୍ମିଳା କୁଆଡେ ଏବେ ରାଜନିତୀରେ ପାଦ ଥାପିବାକୁ ଯାଉଛନ୍ତି । ଜାତୀୟ କଂଗ୍ରେସ ପକ୍ଷରୁ ଉତ୍ତର ମୁମ୍ବାଇରେ ଲୋକସଭା ଆସନ ପାଇଁ ଇଲେକ୍ସନ୍ ଲଢ଼ିବେ ଉର୍ମିଳା। କିନ୍ତୁ ଏନେଇ ଉର୍ମିଳା କିମ୍ବା ଉତ୍ତର ମୁମ୍ବାଇର କଂଗ୍ରେସ ଅଧ୍ୟକ୍ଷ ସଂଜୟ ନିରୁପମ କୌଣସି ସ୍ପଷ୍ଟୋକ୍ତି ଦେଇ ନାହାନ୍ତି । ପୂର୍ବଦିନମାନଙ୍କରେ ଏ ଆସନରୁ ରାମ ନାଇକ ଷ୍ଟାଣ୍ଡ୍ କରୁଥିଲେ । ବତ୍ତର୍ମାନ ରାମ ନାଇକ ଉତ୍ତର ପ୍ରଦେଶର ରାଜ୍ୟପାଳଭାବେ କାର୍ଯ୍ୟରତ । ଶେଷ ଇଲେକ୍ସନରେ ରାମ ନାଇକଙ୍କୁ ବଲିଉଡ୍ ସୁପରଷ୍ଟାର ଗୋବିନ୍ଦା ହରାଇ ଉତ୍ତର ମୁମ୍ବାଇର ଆସନ ଅଧିକାର କରିଥିଲେ । ତେବେ ଉର୍ମିଳା ମାତୋଣ୍ଡକର ଅଭିନୟକୁ ଛାଡି ରାଜନିତୀରେ ଏଣ୍ଟ୍ରି କରୁଛନ୍ତି କି ନାହିଁ ତାହା ଆଗାମୀ ଦିନମାନଙ୍କରେ ଜଣା ପଡ଼ିବ ।