୧୯ ଦିନ ଧରି ନିଜାମୁଦ୍ଦିନ୍‌ ପାଲଟିଥିଲା କରୋନା ସଂକ୍ରମଣର କେନ୍ଦ୍ର !

0

ନୂଆଦିଲ୍ଲୀ,୧/୪: ନିଜାମୁଦ୍ଦିନ୍‌ର ତବଲିଗ୍‌ ଜମାତ୍‌ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି। ଜମାତ୍‌ ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ହେବାର ଯୋଜନା ଥିଲା। ତେବେ ଏଠାରେ ମାର୍ଚ୍ଚ ୧୩ଠାରୁ ଲୋକଙ୍କ ସମାବେଶ ଆରମ୍ଭ ହୋଇଥିଲା। ମାର୍ଚ୍ଚ ୧୩ରୁ ୩୧ ପର୍ଯ୍ୟନ୍ତ ଏହା ସଂକ୍ରମଣର କେନ୍ଦ୍ର ପାଲଟି ଥିଲେ ମଧ୍ୟ କରୋନାରୁ ଦୂରେଇ ରହିବା ଲାଗି ସାମାଜିକ ଦୂରତା ଅବଲମ୍ବନ କରିବା ମାର୍ଗଦର୍ଶିକା ଜାରି କରିଥିବା କେନ୍ଦ୍ର ଏବଂ ଦିଲ୍ଲୀ ରାଜ୍ୟ ସରକାର କାହିଁକି ନୀରବ ରହିଥିଲେ ସେ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ କରିଛି। ଦେଶରେ ପ୍ରତିଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ସମୟରେ ସରକାର ହାତ ବାନ୍ଧି ବସିବା ଯୁକ୍ତି ସଙ୍ଗତ ନୁହେଁ ବୋଲି କୁହାଯାଉଛି। ଦେଶ କରୋନା ଆଁରେ ଥିବାବେଳେ ଏକାଠି ଏତେ ସଂଖ୍ୟକ ପରସ୍ପରକୁ ଚିହ୍ନି ନ ଥିବା ଲୋକେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏକାଠି ରହିବା ଦ୍ୱାରା ପରିସ୍ଥିତି ସଙ୍କଟ ଜନକ ହୋଇଥିଲା। ଶେଷରେ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ନେତୃତ୍ୱରେ ନିଜାମୁଦ୍ଦିନ୍‌ରେ ଅଟକି ରହିଥିବା ୧,୫୪୮ ଲୋକଙ୍କୁ ବାହାର କରାଯାଇଥିଲା।

SBI AD
Leave A Reply

Your email address will not be published.