ନୂଆଦିଲ୍ଲୀ,୫/୨: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟରରେ କରିଛନ୍ତି ଟାର୍ଗେଟ୍। ଶଶି ଟୁଇଟ୍ କରିଛନ୍ତି ଯେ, ମୋଦିଙ୍କ ଭଳି କେବଳ ପ୍ରତିଶ୍ରୁତି ଦେଇପାରୁଥିବା ନେତାଙ୍କ ଅବସ୍ଥା ଶେଷରେ ଖରାପ ହୋଇଥାଏ। ଯଦି ମୋଦି ୨୦୧୩-୧୪ରେ ଦେଇଥିବା ନିଜର ଭାଷଣ ଶୁଣିବେ ସେ ନିଶ୍ଚିତ ଭାବେ ୨୦୧୯ ଲୋକସଭା ନିର୍ବାଚନରେ ନିଜକୁ ମଧ୍ୟ ଭୋଟ୍ ଦେବେ ନାହିଁ। ଶଶିଙ୍କ ଏଭଳି ଶବ୍ଦ ସଂଯୋଜନାଯୁକ୍ତ ଆକ୍ରମଣ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି। ସୂଚନାଯୋଗ୍ୟ, ପୂର୍ବରୁ ଭାଜପା ନେତା ତଥା କେନ୍ଦ୍ରୀୟ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ମୋଦିଙ୍କୁ ଉଦ୍ଦେଶ୍ୟରେ କହିଥିଲେ ଯେ, ପ୍ରତିଶ୍ରୁତି ଦେଇ ପୂରଣ କରି ପାରୁ ନ ଥିବା ନେତାଙ୍କୁ ଲୋକେ ଶେଷରେ ପିଟିଥାନ୍ତି। ଏବେ ଶଶି ନୀତୀନଙ୍କ ଭଳି ଦେଇଥିବା ମନ୍ତବ୍ୟ ବେଶ୍ ଆଲୋଡନ ସୃଷ୍ଟି କରିଛି।