୨୦୨୪ ସୁଦ୍ଧା ସବୁ ଘରେ ଜଳ ପହଁଚାଇବା ପାଇଁ ଇସ୍ପାତ ମନ୍ତ୍ରଣାଳୟର ସହଯୋଗର ହାତ : ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୧୭/୭: କେନ୍ଦ୍ରୀୟ ବଜେଟରେ ୨୦୨୪ ସୁଦ୍ଧା ଦେଶର ସମସ୍ତ ଘରକୁ ପାଣି ପହଂଚାଇବାର ଲକ୍ଷ୍ୟ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରଣାଳୟ ତଥା ଇସ୍ପାତ ମନ୍ତ୍ରଣାଳୟକୁ ମିଶି ମିଶନ ମୋଡରେ କାମ କଲେ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପୂରଣ ହୋଇ ପାରିବ ବୋଲି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତଙ୍କୁ ପତ୍ର ଲେଖି କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଉଭୟ ମନ୍ତ୍ରଣାଳୟ ମଧ୍ୟରେ ଭଲ ସହଯୋଗ ପାଇଁ ସେ ତାଙ୍କ ମନ୍ତ୍ରଣାଳୟର ଅଧିକାରୀ ମାନଙ୍କୁ ଜଳ ଶକ୍ତି ମନ୍ତ୍ରଣାଳୟର ଅଧିକାରୀ ମାନଙ୍କ ସହ ସମ୍ପର୍କରେ ରହି କାମ କରିବାକୁ ନିର୍ଦେଶ ଦେଇଥିବା ଶ୍ରୀ ପ୍ରଧାନ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଜଳ ସଂରକ୍ଷଣ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ନାଗରିକଙ୍କୁ ସଚେତନତା ହୋଇ ଜନଶକ୍ତି ପାଇଁ ଜଳଶକ୍ତି ଅଭିଯାନ ପାଇଁ ଆହ୍ୱାନ କରିଥିବା ବେଳେ ଏହି ଜଳ ଜୀବନ ମିଶନରେ ଇସ୍ପାତର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କାରଣ, ସବୁ ସ୍ତରରେ ଜଳରୁ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାକୁ ହେଲେ ଇସ୍ପାତ ଭଳି ପଦାର୍ଥର ଆବଶ୍ୟକ ରହିଥାଏ । ଫଳରେ ଜଳର ଲିକେଜ୍ କମ୍ ହେବା ସହ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ମଧ୍ୟ କମ୍ କରାଯାଇପାରିବ । ଷ୍ଟିଲ ପାଇପର ବ୍ୟବହାର ସୁବିଧାଦାୟକ ତଥା ଷ୍ଟିଲରେ ପ୍ରତିରୋଧକ କ୍ଷମତା ଅଧିକ ରହିଥାଏ ।

ଇସ୍ପାତ୍ ମନ୍ତ୍ରାଳୟ “ହର୍ ଘର ଜଳ୍” ଅଥବା ସବୁ ଘରକୁ ପାଣି ମିଶନରେ ସମସ୍ତ ପ୍ରକାଶ ସହଯୋଗ ଓ ସମର୍ଥନ ଦେବ । ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ ଏହାକୁ ଏକ ମିଶନ ମୋଡରେ ନେଇ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ଉଭୟ ମନ୍ତ୍ରାଳୟ ମଧରେ ସହଯୋଗ ବଢିବା ନେଇ ଇସ୍ପାତ୍ ମନ୍ତ୍ରାଳୟର ଅଧିକାରୀ ମାନଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିବା ପତ୍ରରେ ଉଲ୍ଲେଖ କରିଛନ୍ତିା

Leave A Reply

Your email address will not be published.