୨୩ ପରେ ଏନ୍‌ଡିଏରେ ଯୋଗଦେବେ ନୂଆ ଦଳ !

0

ନୂଆଦିଲ୍ଲୀ,୧୭/୫: ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏଥିରେ ଶାହ କହିଛନ୍ତି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୩୦୦ରୁ ଊର୍ଦ୍ଧ୍ୱ ଆସନ ପାଇବ ଏବଂ ନିଜ ମେଣ୍ଟ ସହଯୋଗୀଙ୍କ ସହ ପୁଣି ସରକାର ଗଢ଼ିବ। ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବା ଦୃଢ଼ ନିଶ୍ଚିତ ବୋଲି ସେ କହିଥିବାବେଳେ ନିର୍ବାଚନ ଫଳାଫଳ ବାହାରିବା ପରେ ମେଣ୍ଟରେ ନୂଆ ଦଳଙ୍କୁ ସ୍ୱାଗତ କରାଯିବ ବୋଲି କହିଛନ୍ତି।

ଆଜି ମୋଦି ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ନ ଦେଇ କହିଥିଲେ, ଦଳର ସଭାପତି ବିଜେପିରେ ସର୍ବେସର୍ବା। ଅବଶ୍ୟ ଏହାପୂର୍ବରୁ ସେ ସାମ୍ବାଦିକଙ୍କୁ ଚଳିତ ନିର୍ବାଚନର ମୁଖ୍ୟ ପ୍ରସଙ୍ଗ, ପ୍ରଚାର, ସମ୍ଭାବ୍ୟ ଫଳାଫଳ ଏବଂ ଅନ୍ୟ ବିଷୟ ଉପରେ ନିଜର ମତ ରଖିସାରିଥିଲେ। ଶାହ ଏହି ଅବସରରେ କହିଥିଲେ ବର୍ତ୍ତମାନ ମେଣ୍ଟରେ ଥିବା ଦଳମାନଙ୍କୁ ମିଶାଇ ଏନ୍‌ଡିଏ ଆରାମରେ ୩୦୦ ଆସନ ପାଇଯିବ। ଏହା ଏକ ମେଣ୍ଟ ସରକାର ହିଁ ହେବ ବୋଲି ସେ କହିଛନ୍ତି। ନିର୍ବାଚନ ଫଳାଫଳକୁ ନେଇ ସେ କହିଥିଲେ, ଦଳ ପଶ୍ଚିମବଙ୍ଗ, ଓଡ଼ିଶା ଏବଂ କର୍ଣ୍ଣାଟକାରେ ଅଧିକ ଆସନ ପାଇଁ ଆଶାବାଦୀ ରହିଛି।

Leave A Reply

Your email address will not be published.