+୩ରେ ରହିବ ଏକକ ସିଲାବସ, ଅଧ୍ୟାପକଙ୍କ ପାଇଁ ଲାଗିବ ବାୟୋମେଟ୍ରିକ

0

ଭୁବନେଶ୍ୱର,୨୯/୬: ଚଳିତ ଶିକ୍ଷା ବର୍ଷରୁ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ଏକକ ସିଲାବସ ଲାଗୁ କରାଯିବ । ୩ମାସ ମଧ୍ୟରେ ଓଡ଼ିଶାର ସମସ୍ତ କଲେଜରେ ରେଗୁଲାର ପ୍ରିନ୍ସିପାଲ ନିଯୁକ୍ତି କରାଯିବ ବୋଲି ଅତିରିକ୍ତ ସଚିବ ପାର୍ଥସାରତି ମିଶ୍ର ବୈଠକ ଶେଷ ପରେ ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଭୁବନେଶ୍ୱରସ୍ଥିତ ପାନ୍ଥନିବାସରେ ସରକାରୀ କଲେଜ ଯୁକ୍ତ ତିନି ପାଠ୍ୟକ୍ରମ ଆଲୋଚନା ନେଇ ଏକ ବୈଠକ ବସିଥିଲା । ବୈଠକ ଶେଷ ପରେ ୩ମାସ ମଧ୍ୟରେ ଓଡ଼ିଶାର ସମସ୍ତ କଲେଜରେ ରେଗୁଲାର ପ୍ରିନ୍ସିପାଲ ନିଯୁକ୍ତି କରାଯିବ ଏବଂ ସେମାନଙ୍କ ବାଇଓଡ଼ାଟା ଓପିଏସସି କୁ ପଠାଇ ଦିଆଯାଇଛି ବୋଲି ଅତିରିକ୍ତ ସଚିବ ପାର୍ଥସାରଥି ମିଶ୍ର ସୂଚନା ଦେଇଛନ୍ତି ।

ଅଧ୍ୟାପକ ଠିକ ସମୟରେ କଲେଜ ଆସିବା ସହ ୮ଘଂଟା ରହିବା ପାଇଁ ବାଧ୍ୟତାମୂଳକ ହେବ । ଏହା ଛଡ଼ା କଲେଜରେ କାମ ଛାଡ଼ି ବାହାରକୁ କୈାଣସି ଅଧ୍ୟାପକ ଯାଇପାରିବେ ନାହିଁ ତେଣୁ କଲେଜ ଗୁଡ଼ିକରେ ବାୟୋମେଟ୍ରିକ ଲଗାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି ।

ଫାଙ୍କା ପଡ଼ିଥିବା କର୍ମଚାରୀଙ୍କ ସ୍ଥାନ, କଲେଜର ପରିସର ଡ଼େଭଲପମେଣ୍ଟ , ସ୍ମାର୍ଟ କ୍ଲାସ ଗୃହ ହେବା ଭଳି ଅନେକ ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା । ଏହା ସହ ବିଦ୍ୟାଳୟମାନଙ୍କରେ କଣ ସବୁ ଅସୁବିଧା ରହୁଛି ତାର ସମାଧାନ ନେଇ ଆଲୋଚନା ହୋଇଛି । ଉକ୍ତ ବୈଠକରେ ସମସ୍ତ ସରକାରୀ କଲେଜର ପ୍ରିିନ୍ସିପାଲ ଉପସ୍ଥିତ ଥିଲେ । ଏଥିରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ସଚିବ ଶାସ୍ୱତ ମିଶ୍ର ମଧ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.