୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମୋଦି କରିଛନ୍ତି ୩୨ ରାଲି

0

ନୂଆଦିଲ୍ଲୀ, ୬।୧୨: ରାଜସ୍ଥାନ, ମଧ୍ୟମପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଏବଂ ମିଜୋରାମ୍‌ ଆଦି ୫ଟି ରାଜ୍ୟର ୬୭୯ ଆସନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିଛନ୍ତି ୩୨ ରାଲି। ସେଥିମଧ୍ୟରୁ ସର୍ବାଧିକ ରାଲି ରାଜସ୍ଥାନରେ କରାଯାଇଛି। ରାଜସ୍ଥାନରେ ୧୨ଟି ରାଜନୈତିକ ରାଲି ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୦, ଛତିଶଗଡ଼ରେ ୪ , ତେଲେଙ୍ଗାନାରେ ୫ ଏବଂ ମିଜୋରାମ୍‌ରେ ଗୋଟିଏ ରାଲି କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ରାଜସ୍ଥାନରେ ୨୦ ଜନସଭା ଓ ଗୋଟିଏ ରାଲି କରିଥିବାବେଳେ ମଧ୍ୟପ୍ରଦେଶରେ ୨୧ ଜନସଭା ଓ ୫ ରୋଡ ଶୋ’ କରିଛନ୍ତି। ଛତିଶଗଡ଼ରେ ସେ ୨୦ ଜନସଭା କରିଥିବାବେଳେ ତେଲେଙ୍ଗାନାରେ ୧୪ ଜନସଭା ଓ ମିଜୋରାମ୍‌ରେ ୨ ଟି ସଭା କରିଛନ୍ତି। ରାଜସ୍ଥାନକୁ କଂଗ୍ରେସ ଓ ଭାଜପା ଅଧିକ ଗୁରୁତ୍ୱ ଦେଉଥିବା ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

Leave A Reply

Your email address will not be published.